ସୋମନାଥ ବ୍ରତକଥା

ବିପିନ ବିହାରୀ ମହାନ୍ତି

‘ସୋମନାଥ ବ୍ରତ କଥା’ ସ୍କନ୍ଦ ପୁରାଣରୁ ଆନୀତ କାହାଣୀ । ଏଥିରେ ପ୍ରଶ୍ନକର୍ତ୍ତୀ ହେଉଛନ୍ତି ପାର୍ବତୀ । କାହାଣୀ କହୁଛନ୍ତି ମହେଶ୍ୱର । ଏହି ବ୍ରତଟି ସଂପୂର୍ଣ୍ଣ ଭାବରେ ଶିବଙ୍କ ପାଇଁ ଉଦ୍ଦିଷ୍ଟ । ନିଜେ ଶିବ ବ୍ରତର ମହାତ୍ମ୍ୟ ନେଇ କହୁଛନ୍ତି :
ତୀର୍ଥରେ ପ୍ରୟାଗ, ଇନ୍ଦ୍ର ଦେବଙ୍କ ମ୍ମରେ
ନଦୀ ମ୍େମ ଗଙ୍ଗା ଶ୍ରେଷ୍ଠ ଅଟେ ଯେପରିିରେ ।ା
ବ୍ରତ ମ୍େମ ସେହିପରି ଅଟଇ ଏବ୍ରତ
ଯଶ ଆୟ ଧନ ପୁତ୍ର ହୋଇବ ପ୍ରାପତ ।ା
ମୋର ଅନୁଗ୍ରହ ତାକୁ ଏକା ଯେ କରଇ ।
ନିଷ୍କଣ୍ଟକ ରାଜ୍ୟ ଭୋଗ ତ୍ରୈଲୋକ୍ୟ ଲଭଇ ।ା
ଏସବୁ ପ୍ରାପ୍ତିପରେ ଦେହାନ୍ତେ ମୁକ୍ତି ଲାଭ କରିବା ମ୍ମ ଉଲ୍ଲେଖ ଅଛି । ବେଦବ୍ୟାସୀ ନାମକ ଜଣେ ବ୍ରାହ୍ମଣ ଦ୍ୱାରା ପ୍ରଥମେ ଏ ବ୍ରତ ମର୍ତ୍ତ୍ୟରେ ପ୍ରଚଳନ କରିଥିଲା । ସେ ପୂର୍ଜ ଜନ୍ମରେ ଶିବଭକ୍ତ ଥିଲା; କିନ୍ତୁ ଏ ଜନ୍ମରେ ସେ ଦରିଦ୍ର ସହ ବହୁ କଟୁମ୍ବୀ ହେଲା । ଭାବିଲା : ପୂର୍ବ ଜନ୍ମରେ ଶିବଙ୍କୁ ଠିକ୍ ତୋଷି ପାରିନଥିବା ହେତୁ ବୋଧେ ଏହି ଦଶା ଭୋଗିବାକୁ ପଡ଼ୁଛି । ଏଣୁ ସେ ତା’ ସ୍ତ୍ରୀକୁ କହିଲା : ମୁଁ ଯାଉଛି, ସୋମନାଥଙ୍କୁ ଦର୍ଶନ ନକରିଲା ଯାଏଁ େ‘ରିବି ନାହିଁ । ତା’ ସ୍ତ୍ରୀ ଠାକୁରଙ୍କ ଉଦ୍ଦେଶ୍ୟରେ ଚାଉଳ ଓ ବିର୍‌ହି କଣିରେ ସାତୋଟି ପିଠା କରିଦେଲା ।
ବାଟରେ ତା’ର ମିତ୍ର ସହ ଦେଖାହେଲା । ସେବି ତା’ ସହିତ ଯୋଗଦେଲା । କିନ୍ତୁ ବାଟରେ ଅତ୍ୟଥିକ ଭୋକ ହେବାରୁ , ସେ ମିତ୍ର ବ୍ରାହ୍ମଣର ଅନିଚ୍ଛାସତ୍ତ୍ୱେ, ସେ ପିଠାଇ ଛଡ଼ାଇ ଖାଇବାକୁ ଯାଆନ୍ତେ ଦେଖିଲେ ଯେ ଏହା ସାତଟି ସୁନାମୁଣ୍ଡା ପାଲଟି ଯାଇଛି । ସେଇଠୁ ସେ େ‘ରିବାକୁ କହିଲା । ବ୍ରାହ୍ମଣ କହିଲା : ତୁମେ ଯା’, ତିନୋଟି ସୁନାମୁଣ୍ଡା ତୁମର । ଚାରୋଟି ଆମ ଘରେ ଦେବ । ମୁଁ ସୋମନାଥଙ୍କୁ ଦର୍ଶନ ନକରି େ‘ରିବି ନାହିଁ । ସେ ମିତ୍ର ଆସି ତାଙ୍କ ଘରେ ଚାରୋଟି ସୁନାମୁଣ୍ଡା ଦେଲେ । ସେତେବେଳକୁ ସୋମନାଥଙ୍କ କୃପାରୁ ଏମାନେ ରାଜା ପାଲଟି ଯାଇଥିଲେ ।
ସେପଟେ ବେଦବ୍ୟାସୀ ଅଖିଆ ଅପିଆ ହିଂସ୍ର ଜନ୍ତୁପୂର୍ଣ୍ଣ ଜଙ୍ଗଲରେ ସୋମନାଥ ଦର୍ଶନ ନିମନ୍ତେ ଏକା ଏକା ଚାଲିଛନ୍ତି । କ୍ଲାନ୍ତ, ଶ୍ରାନ୍ତ, କ୍ଷୁଧା ଏବଂ ତୃଷ୍ଣାରୁ ତାଙ୍କର ଚେତାଶୂନ୍ୟ ହେଲା । ସେଠି ଛଦ୍ମବେଶି ସୋମନାଥ ଆସି ତା’ ହାତ ଧରି ଉଦ୍ଧାରିଛନ୍ତି ଏବଂ ତାଙ୍କୁ ନେଇ ସୋମନାଥଙ୍କ ପାଖରେ ପହଞ୍ଚାଇ ଦେଇଛନ୍ତି । ଅତ୍ୟନ୍ତ ଅବର୍ଣ୍ଣନୀୟ ସେ ସ୍ଥାନ । ସେଠି ତଥିଉପରେ ଶୁକ୍ଲବର୍ଣ୍ଣ ସୋମନାଥଙ୍କ ସହିତ ଦର୍ଶନ ହୁଏ । ସେ ତାଙ୍କୁ ଜନ୍ମ ଜନ୍ମାନ୍ତର ପାଇଁ ସମର୍ପଣ କରିଦିଏ । ସୋମନାଥ ତାକୁ ବୁଝାଇ କୁହନ୍ତି ଯେ ତାଙ୍କ ବ୍ରତ କଲେ ଶିବ ଲୋକ ପ୍ରାପ୍ତି ହୁଏ । ଏଣୁ ମର୍ତ୍ତ୍ୟରେ ଏ ବ୍ରତ ସେ ପାଳନ କରିବା ନିମନ୍ତେ ଅନ୍ୟମାନଙ୍କୁ ଉପଦେଶ ଦେବାକୁ ହେବବୋଲି କହିଲେ ।
ବ୍ରତର ବିଧାନ ନେଇ ସେ କୁହନ୍ତି :
ଭାଦ୍ରମାସ ଶୁକ୍ଲପକ୍ଷ ଷଷ୍ଠୀଦିନ ବ୍ରତୀ ।
ପ୍ରାତଃ କାଳ ନିତ୍ୟକର୍ମ ସାରି ସେ ଝଟତି ।ା
ଦେବତା ଗୃହରେ ବସି ଗୁରୁଙ୍କ ସହିତେ ।
ସଂକଳ୍ପ କରିବ ପୁଷ୍ପ ଆଦି ଯେ ଅକ୍ଷତେ ।ା
ବସ୍ତ୍ରାଦିରେ ଆଚାର୍ଯ୍ୟଙ୍କୁ କରିବ ବରଣ ।
ଦେବାଳୟ ଗୋମୟରେ ବରିବ ଲେପନ ।ା
ଶୁଦ୍ଧସ୍ଥାନେ ମଣ୍ଡପଟି ଲେଖିବ ବିଧିରେ ।
ବରୁଣ କଳଷ ତହୁଁ ସ୍ଥାପିବ ପୂର୍ବରେ ।ା
ଆଗ୍ନେୟାଦିି ଚାରିକୋଣେ ଚାରୋଟି କଳସ ।
ତହିଁରେ ଚୌକି ଥାପି ବସ୍ତ୍ର ଚଉପାସ ।ା
ଗୁଡଇଣ ଉପରେ ଯେ ଚାନ୍ଦୁଆ ବାନ୍ଧିକ ।
ସେ ସ୍ଥାନରେ ଚନ୍ଦନର ଛେରା ପକାଇବ । ।
ବେଦ ଧ୍ୱନୀ ବାଦ୍ୟଗୀତ ନୃତ୍ୟ କରାଇଣ ।
ବସାଇବା ତହୁଁ ନେଇ ପ୍ରତିମା ସୁବର୍ଣ୍ଣ । ।
ସୁବର୍ଣ୍ଣ ଅଶକ୍ତ ହେଲେ ରୂପା ବା ପିତଳ ।
ସ୍ପଟିକ ମୃତ୍ତିକ ଅବା ହୋଇବ ସ‘ଳ । ।
ବ୍ରତୀ ନିଜେ ଶୁଦ୍ଧହୋଇ ଷୋଡଉପଚାରେ ।
ଜୀବନ୍ୟାସ ଅ।।ଦି କରି ପୂଜିବ ବିଧିରେ । ।
ଅଥବା ଅଶକ୍ତି ହେଲେ ବ୍ରାହ୍ମଣ କରିବ ।
ଗୁଆ ନେଇ ତାହା ଦ୍ୱାରା ଶିବଙ୍କୁ ପୂଜିବ । ।
ଏବ୍ର ପାଇଁ ଦଶବର୍ଣ୍ଣର ‘ୁଲ , ଦଶ ପ୍ରକାର ‘ଳ, ଦଶ କୁଷ୍ମାଣ୍ଡ ‘ୁଲ , ଦଶଖିଅ ସୂତ ଡୋରରେ ଦଶଗଣ୍ଠି ଦେଇ ତାକୁ କୁକୁଂମେ ଲେପିବ ଏବଂ ଶିବଙ୍କ ପାଖରେ ରଖି ପୂଜିବ । ପୂଜା ପରେ ଏ ବ୍ରତକୁ ଶିବ ପଞ୍ଚାକ୍ଷର(ନମଃ ଶଇବାୟ)ରେ ମନ୍ତ୍ରୀ ସ୍ତ୍ରୀ ହୋଇଥିଲେ ବାମ ପୁରୁଷ ହୋଇଥିଲେ ଦକ୍ଷିଣ ହସ୍ତରେ ବାନ୍ଧିବ ।
ଗହମ ଅବା ଶରଦ ଚାଉଳ ଚୁନାରେ ।
ଛେନା ଗୁଡ ଦୁଧ ମହୁ ନଡିଆ କର୍ପୁରେ । ।
ମରିଚ ମିଶାଇ ପୁର କରିବା ଏହାରେ
ଦଶ ଗୋଟି ପିଠାକରି ଛାଣିବ ଘିଅରେ । ।
ଏହାକୁ ନୈବେଦ୍ୟ କରି ଅଧେ ବ୍ରାହ୍ମଣକୁ
ଦେଇ ବାକୀ ଅଧେବ୍ରତୀ କ୍ଷେପିବ ଗର୍ଭକୁ । ।
ଭାଦ୍ର ଶୁକ୍ଲ ଷଷ୍ଠୀଦିନ ଆରମ୍ଭ କରିବ ।
ଆଶ୍ୱିନ ଶୁକ୍ଲ ଦଶମୀ ସମାପ୍ତ କରିବ । ।
ଦଶଗୋଟି ଦୂବ ଦଶ ଅରୁଆ ଚାଉଳ । ।
ସୋମନାଥେ ସମର୍ପିବ ହାଇଣ ସରଳ । ।
ଦଶବର୍ଷ ପୂର୍ଣ୍ଣ ହେଲେ ବ୍ରତ ଉଜାଇଁବ ।
ଧନରେ କୃପଣ ନୋହି ବିଧିରେ ପୂଜିବ । ।
ଏହାକୁ ଶୁଣିଲେ ଚନ୍ଦ୍ର ଲୋକ ଏବଂ ଏହି ବ୍ରତ କଲେ ଶିବ ଲୋକ ପାଇବ ବୋଲି ଏକଥା ମଧ୍ୟ ବୁଝାଇ ଦେଲେ ।
ବରପାଇ ବ୍ରାହ୍ମଣ ଘରକୁ େ‘ରନ୍ତି । ବାଟରେ ସେ ଏକ ଗଉଡୁଣୀକୁ ସୋମନାଥ ବ୍ରତକଥା ଶୁଣାଇବାକୁ ଯାଆନ୍ତେ ସେ ଅନିଚ୍ଛା ପ୍ରକାଶ କରେ ଏବଂ ତା ଦହିହାଣ୍ଡି ଭାଗେ । ସେ ଶୁଣେଏବଂ ଦହିହାଣ୍ଡି ମିଳେ । ସେହି କାହାଣୀ ଶୁଣାଇ ସେ ସାତଜଣ ଚୋରଙ୍କୁ ବନ୍ଧନ ମୁକ୍ତ କରନ୍ତି । ପୁଣି ସେହି ବିଭୁତି ସମସ୍ତଙ୍କୁ ଏକତ୍ରତି କରାଏ । ଏହିପରି ସୋମନାଥଙ୍କ ବିଭୁତି ବା କରିସ୍ମା ପରୀକ୍ଷା ହୁଏ । ଘରେ ପ୍ରଥମେ ତାଙ୍କୁ ଚିହ୍ନି ପାରନ୍ତି ନାହିଁ ପୁଣି ସେହି ବିଭୂତି ସମସ୍ତଙ୍କୁ ଏକତ୍ର କରାଏ । ଦରିଦ୍ର ବ୍ରାହ୍ମଣ ରାଜଭୋଗ କରେ ସୋମନାଥଙ୍କ କୃପାରୁ ।
ମର୍ତ୍ତ୍ୟରେ ସେବେଠୁ ଏ ବ୍ରତ ପାଳିତ ହୁଏ । ଏବ୍ରତ ଉଭୟ ନାରୀ ଓ ପୁରୁଷ କରିପାରିବେ । ଏଥିରେ ଶିବଶକ୍ତି କରାମତିର ଜୟଗାନ କରାଯାଇଛି । ଏବ୍ରତ ସାମାଜିକ ଅପେକ୍ଷା ପାରିବାରିକ ଏବଂ ବ୍ୟକ୍ତିଗତ ଓ ଆଧ୍ୟାତ୍ମିକ । ଆଧ୍ୟମିôକ ଚେତାନାହିଁ ମୁକ୍ତିର ମାର୍ଗ । ପୂଜାରେ ବ୍ୟବହୃତ ବିଧିବିଧାନ, ଶୁଚିକଥା, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ପରିବେଶୀୟ ବିଶୋଧନକୁ ବୁଝାଇଥାଏ । ଭୋଗରାଗ : ଦାନ, ଧର୍ମ ଓ ସ୍ୱାଦର ବିଭିନ୍ନତା ପାଇଁ ବୁଝାଏ । ବିଭିନ୍ନତା ହିଁ ଜୀବନର ସ୍ୱାଦ ଏବଂ ଆନନ୍ଦ । ସୁସ୍ଥ, ଶୃଂଙ୍ଖଳିତ ଏବଂ ଆଧ୍ୟାତ୍ମିକ ଜୀବନ ହିଁ ଦୀର୍ଘ ଜୀବନ ଏବଂ ମାନସୀକ ଶାନ୍ତିର କାରଣ । ଏ ସମସ୍ତ ତଥ୍ର ସୋମନାଥ ବ୍ରତ ଭିତରେ ନିହତ ଅଛି ।
ଓଁ ଶିବାୟ ନମଃ । ନମଃ ଶିବାୟ । ।

ବିକାଶ ନଗର, ଜଟଣୀ, ଖୋର୍ଦ୍ଧା
ଦୂରଭାଷା:୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ