ସୋମନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଶିଖର ପପୁ’ସ୍ ଇଲେଭନ କ୍ଲବ ଚମ୍ପିଆନ

ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତେଂଟୋଇ ପଂଚାୟତସ୍ଥିତ ମହିମା ଅଲେଖ କ୍ରିକେଟ ଗ୍ରାଉଣ୍ଡରେ ସତ୍ୟପୀର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ସୋମନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ବାଂଶ ପଂଚାୟତର ମାଷ୍ଟର ଇଲେଭନ ଦଳ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ନେଇ ୨୦ ଓଭରରେ ୮ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଶିଖର ପଂଚାୟତର ପପୁ’ସ୍ ଇଲେଭନ କ୍ଲବ ଦଳ ୧୪.୩ ଓଭରରେ ୬ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରି ଚମ୍ପିଆନ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ, କୋରୁଅ ସରପଂଚ ଅରଣ୍ୟ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ପ୍ରତ୍ୟୁଷ ପରିଡା, ତିରୁଣା ସରପଂଚ ନିରୁପମା ଦାସ, ସମିତି ସଭ୍ୟା ଝୁମୁରୀ ମଲ୍ଲିକ, ପ୍ରମୁଖ ଯୋଗ ଦେଇ ଚମ୍ପିଆନ ଓ ରନସ୍ ଦଳକୁ ଟ୍ରଫି ସହିତ ଚେକ ପ୍ରଦାନ କରିଥିଲେ । ଏହି ମ୍ୟାଚରେ କ୍ଷେତ୍ର ପରିଚାଳକ ଦାୟିତ୍ୱରେ ତୁଷାର ସ୍ୱାଇଁ ଓ ବାବୁରାମ ପ୍ରଧାନ ରହିଥିବା ବେଳେ କାମଦେବ ଦଳାଇ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ମ୍ୟାଚକୁ ସତ୍ୟପରୀ କ୍ଲବର ସଦସ୍ୟ ବାବୁରାମ ଦାସ, ସରୋଜ ଲେଙ୍କା, ରାଜେଶ ରଂଜନ ବିଶ୍ୱାଳ, ବାବୁଲି ମୁଦୁଲିଙ୍କ ସମତେ ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ