ସୋମବାର ଠାରୁ ୪ ଟି କେନ୍ଦ୍ରରେ ଟିକାଦାନ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକରେ ଆସନ୍ତା ସୋମବାର ମାର୍ଚ୍ଚ ୧୫ ତାରିଖ ଠାରୁ ୪ ଗୋଟି କେନ୍ଦ୍ରରେ କୋଭିଡ ଟୀକା ଦେବାର ବ୍ୟବସ୍ଥା କରାଯାଇଥିବା ବୁଗୁଡା ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ମେଡ଼ିକାଲ ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ଯେଉଁ ଚାରି ଗୋଟି କେନ୍ଦ୍ରରେ କୋଭିଡ ଟୀକା ଦିଆଯିବ ସେହି ମେଡିକାଲ ଗୁଡିକ ହେଲା, ୧-ବୁଗୁଡା, ୨-ମାଣିତରା, ୩-ବାଲିପଦର ଓ ୪-କରଚୁଲି । ସମସ୍ତ କେନ୍ଦ୍ରରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମାନଙ୍କୁ ପ୍ରଥମ ଟୀକା ସହ ଦ୍ଵିତୀୟ ଟୀକା ମଧ୍ୟ ଦିଆଯିବ। ମାତ୍ର ୪୫-୫୯ ବର୍ଷର ବିଶେଷ ସ୍ୱାସ୍ଥ୍ୟଗତ କାରଣରୁ ଦିଆଯାଉଥିବା ଟୀକା କେବଳ ବୁଗୁଡା ଓ ମାଣିତରା କେନ୍ଦ୍ରରେ ଦିଆଯିବ। ବାଲିପଦର ଓ କରଚୁଲି ଟିକାଦାନ କେନ୍ଦ୍ରରେ ଡାକ୍ତର ଓ ପରୀକ୍ଷା ସୁବିଧା ନଥିବା ଯୋଗୁଁ ଏହି ଦୁଇ କେନ୍ଦ୍ରରେ ୪୫-୫୯ ବର୍ଷ ବ୍ୟକ୍ତିମାନଙ୍କୁ ଟୀକା ଦିଆଯାଇ ପାରିବନାହିଁ। ରବିବାର ଓ ସରକାରୀ କ୍ୟାଲେଣ୍ଡର ପ୍ରକାରେ ଛୁଟି ଦିନ ମାନଙ୍କରେ ଟୀକା ଦିଆଯିବ ନାହିଁ। ମାର୍ଚ୍ଚ ମାସରେ କେବଳ ୨୯ ତାରିଖ ଗୋଟିଏ ଦିନ ମାତ୍ର ସରକାରୀ ଛୁଟି ପଡିବ। ଅର୍ଥାତ ମାର୍ଚ୍ଚ ୧୫ ତାରିଖ ଠାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ କେବଳ ମାର୍ଚ୍ଚ ୨୧, ୨୮ ଓ ୨୯ ଏହି ତିନି ଦିନ ଟିକାଦାନ ବନ୍ଦ ରହି ଅନ୍ୟସବୁ ଦିନ ସକାଳ ୧୦ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଟୀକା ଦିଆଯିବ। ଯେଉଁ ବ୍ୟକ୍ତିମାନେ ଟୀକା ଦେବାକୁ ଯିବେ ସେମାନେ ନିଜର ଆଧାର କାର୍ଡ ବା ଅନ୍ୟ ପ୍ରମାଣ ପତ୍ର ଧରି ଟୀକା ଦେବା ପାଇଁ ଯାଇପାରିବେ। ଆଜି ପର୍ଯ୍ୟନ୍ତ ବୁବୁଡ଼ା ବ୍ଳକରେ ଯେତେଜଣ ବ୍ୟକ୍ତି ଟୀକା ନେଇଛନ୍ତି କାହାର ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଏଣୁ ସମସ୍ତ ବରିଷ୍ଠ ନାଗରିକ ବୃନ୍ଦ ନିର୍ଭୟରେ ନିଜ ସୁବିଧା ମୁତାବକ ଯେକୌଣସି କେନ୍ଦ୍ରରେ ଟୀକା ଦେଇପାଇବେ ବୋଲି ମେଡ଼ିକାଲ ବିପିଏମ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ