ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିକୁ କାବୁ କଲା ବନ ବିଭାଗ

ରାଇରଙ୍ଗପୁର (ଅକ୍ଷୟ କୁମାର ବି‌ଶ୍ୱାଳ): ଶିମିଳପାଳ ଅଭୟାରଣ୍ୟର ବନାଗ୍ନି ନେଇ ସାରା ବି‌ଶ୍ୱରେ ପରିବେଶବିତ୍ , ରାଜ୍ୟ ସରକାର, କେନ୍ଦ୍ର ସରକାର,ପ୍ରକୃତି ପ୍ରେମୀ,ପର୍ଯ୍ୟଟକ ଚିନ୍ତିତ ।ଏଭଳି ଭ୍ରାମ୍ୟମାଣ ଅଗ୍ନିକାଣ୍ଡ କୁ ରୋକିବା ପାଇଁ ସମସ୍ତେ ଚିନ୍ତିତ ଥିବାବେଳେ ଅମାନିଆ,ଅସାମାଜିକ ଲୋକେ ଏଭଳି ଅଗ୍ନି ବିପତ୍ତି ସମୟରେ ଜଙ୍ଗଲରେ ନିଆଁ ଲଗାଇ ମଜା ନେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ବିଶୋଇ ଥାନା ଅନ୍ତର୍ଗତ ମଣଦା ରେଞ୍ଜର ବିଦୁଭଣ୍ଡାର ଜଙ୍ଗଲରେ । ସୂଚନାଯୋଗ୍ୟ ଗୁରୁବାର ଦିନ ସଂଧ୍ୟା ୫.୪୫ରେ ବନ ବିଭାଗ କର୍ମଚାରୀ ଚିତାବେଡା ଏନଆର ପ୍ଲାନଟେସନ‌ ପାଖାପାଖି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଦୁଭଣ୍ଣାର ଜଙ୍ଗଲ ପାଖରେ ଏକ ନିଆଁ ଜଳୁଥିବା ଦେଖିବାକୁ ପାଇଲେ ।ସେଠାରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲୋକଟି ଦୌଡ଼ି ପଳାଉଥିବା ସମୟରେ ବନ ବିଭାଗ କର୍ମଚାରୀ ତାକୁ କାବୁ କରିଥିଲେ । ବନବିଭାଗ କର୍ମଚାରୀ ଅଜିତ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀ କାବୁ କରିବାରେ ସମର୍ଥ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ