ସୋରଡାର ବିଭିନ୍ନ ସ୍ଥାନକୁ ବିଶୋଧନ କରାଗଲା

ସୋରଡା, (ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜିଲ୍ଲା ଅନ୍ତର୍ଗତ ସମସ୍ତ ପୌରପରିଷଦରେ ମଧ୍ୟଏହାର ପ୍ରଭାବ ଦେଖିବାକୁ ମିଳିଛି। ସହର ଯାକରେ ଅନେକଲୋକାଲସଂକ୍ରମଣ ମଧ୍ୟଦେଖିବାକୁମିଳିଲାଣି। ଏହାସତ୍ୱେରାଜ୍ୟସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିକିଛିଲକଡାଉନକଟକଣାକୁ କିଛିମାତ୍ରାରେ କୋହଳକରିଛନ୍ତି ଯାହାଫଳରେ ଜିଲାର ଅନେକଜାଗାରେ ଦୋକାନବଜାର ଖୋଲାଯାଇଛି ଏବଂ ଜନତାଙ୍କଚଳପ୍ରଚଳ ପାଇଁ ମଧ୍ୟପଦକ୍ଷେପନିଆଯାଇଛିକିନ୍ତୁ ସ୍ଥାନୀୟ ପ୍ରଶାସନ ସ୍ଥିତିକୁ ଉପଲବ୍ଧକରି ଏହିନୂତନଗାଇଡ଼ଲାଇନକୁ ପାଳନ କରିପାରିବେ।ସୋରଡାରେ ପ୍ରଥମକରି ଏନଏସିରେ ଦୁଇ କୋରନା ଆକ୍ରାନ୍ତଚିହ୍ନଟ ହେବାପରେ ସମସ୍ୟା ଦେଖାଦେଇଥିଲା।ସହରର ଦୁଇ କୋରନାସଂକ୍ରମଣ ଅଂଚଳଆଡ଼ପମଣ୍ଡପ ଓ ରଘୁନାଥମନ୍ଦିରଅଂଚଳକୁ ନିଷେଧଞ୍ଚଳ ଘୋଷଣା କରାଯାଇଛି। ପାରାମେଡିକାଲକର୍ମଚାରି ମାନେଏହିଅଞ୍ଚଳମାନଙ୍କରେ ଲୋକଙ୍କୁସଚେତନକରୁଛନ୍ତି।ଲୋକଙ୍କଆବଶ୍ୟକୀୟ ଜିନିଷ ଓ ରାସନପାଇଁଏନଏସି କିଛି ଦୋକାନ୍ଯଙ୍କ ତାଲିକାଘୋଷଣାକରିଛି। ବର୍ତମାନସହରକୁ ସଂକ୍ରମଣମୁକ୍ତ କରିବାପାଇଁଏନଏସି ତରଫରୁ ବିଶୋଧନ କରିବା ପ୍ରକ୍ରିୟାଆରମ୍ଭହେଇଚି। ସୋରଡା ଏନଏସି କନିଷ୍ଠଯନ୍ତ୍ରୀ ସତ୍ୟନାରାୟଣ ସାହୁଙ୍କ ପ୍ରତକ୍ଷ ତତ୍ୱବାଧାନରେସହରର ବଡଦାଣ୍ଡ,ରଥଛକ, ଆଡ଼ପମଣ୍ଡପ,ଗଣିଛକ, ସାରୁଆସାହିର ଘୁନାଥମନ୍ଦିର ସାହିସବୁବିଶୋଧନକରାଯାଇଛି। ସୋରଡା ଅଗ୍ନିଶମବିଭାଗ କର୍ମଚାରୀମାନେ ସହରକୁ ବିଶୋଧନକରିଛନ୍ତି। କୋରନାସଂକ୍ରମଣରୁ ଲୋକଙ୍କୁରକ୍ଷାକରିବାପାଇଁ ଗୋଟିଏ ଗୋଟିଏ ପରେଗୋଟିଏ ପଦକ୍ଷେପ ସୋରଡା ଏନଏସି ତରଫରୁ ପ୍ରୟାସ ଜାରିରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ