ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଯୁବ ସଭାପତି ହେଲେ ଦୂର୍ଗା ମାଧବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ପ୍ରକାଶିତ ହୋଇଥିବା ଗଞ୍ଜାମ ଜିଲ୍ଳା ଯୁବ ବିଜେଡ଼ି କର୍ମକର୍ତ୍ତାଙ୍କ ମଧ୍ୟରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ଭାବେ ବେଣୀପଲ୍ଲୀ ସମିତିସଭ୍ୟ ତଥା ଯୁବ ସଂଗଠକ ଦୂର୍ଗାମାଧବ ନାୟକଙ୍କୁ ମନୋନୀତ କରାଯାଇଛି I ସେହିପରି ସାଧାରଣ ସମ୍ପାଦକ ଭାବେ ରବୀନ୍ଦ୍ର ନାଥ ସାହୁ, ସମ୍ପାଦକ ଭାବେ ବେଲଗୁଣ୍ଠା ଏନ୍ଏସିର ଦୁଇ ନମ୍ବର୍ କାଉନସିଲର୍ ଦକ୍ଷ ସଂଗଠକ ଦିବ୍ୟରଞ୍ଜନ ଦାସ, ଓ ତନରଡା ସମିତିସଭ୍ୟ ଆଯୋଧ୍ୟା ନାଥ ବେହେରା ମନୋନୀତ କରାଯାଇଛି I ଏହା ସହ ବେଲଗୁଣ୍ଠା ଏନ୍ଏସି ପାଇଁ ଚନ୍ଦ୍ରମଣି ସାମଲ୍ ଯୁବ ବିଜେଡ଼ି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ବ୍ଳକ୍ ଯୁବ ବିଜେଡ଼ି ସଭାପତି ଭାବେ ଶିବରାମ ରାଉତଙ୍କୁ ମନୋନୀତ କରାଯାଇଛି I ସମସ୍ତ ଯୁବ ନେତୃତ୍ୱଙ୍କ ନାମ ପ୍ରକାଶ ପାଇବାପରେ ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବ୍ଲକ ବିଜେଡି ସଭାପତି ରାମେଶ୍ୱର ପାତ୍ର, ସାଂସଦ ପ୍ରତିନିଧି ସନ୍ତୋଷ ସ୍ଵାଇଁ, ଆତ୍ମା ଚେୟାର ମେନ ରଶ୍ମିତ ପରିଡା, ଜିଲ୍ଳା ସାଧାରଣ ସମ୍ପାଦକ ତଥା କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ,ଗୋବରା ସମିତିସଭ୍ୟ ବିଭୁପାଦ ଜେନା,୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଓଡ୍ରା ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ ,ବିଜୁ କୃଷକ ମୋର୍ଚ୍ଚାର ବ୍ଳକ୍ ସଭାପତି ଶରତ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ ପ୍ରମୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଏନେଇ ଆଗାମୀ ଦିନରେ ଏହି ଯୁବ ନେତୃତ୍ୱ ବେଲଗୁଣ୍ଠା ବ୍ଳକ୍, ଏନ୍ଏସି ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଶକ୍ତି ବୃ୍ଦ୍ଧି କରିବେ ବୋଲି ବହୁ କର୍ମୀ ଆଶା ରଖିଛନ୍ତି I


