ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ୍ ସଭାପତି ଭାବେ ଜଗନ୍ନାଥ ମନୋନୀତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ପ୍ରେସକ୍ଳବ ସଦସ୍ୟ ତଥା ଯୁବ ସାମ୍ବାଦିକ ଜଗନ୍ନାଥ ନାୟକ ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ୍ ସଭାପତି ଭାବେ ମନୋନୀତ ହୋଇଛନ୍ତି I ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଜଗନ୍ନାଥଙ୍କୁ ଯୁବ କଂଗ୍ରେସ୍ ସଭାପତି ଭାବେ ନିଯୁ୍କ୍ତି ଦେଇଛନ୍ତି I ନିଯୁ୍କ୍ତି ପାଇବା ପରେ ଅଞ୍ଚଳର ଯୁବ ଗୋଷ୍ଠୀଙ୍କୁ କଂଗ୍ରେସ୍ ଆଦର୍ଶରେ ଅନୂପ୍ରାଣିତ କରି ସଂଗଠନକୁ ଦୃଢ କରିବାରେ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରକାଶ କରିବା ସହ ଅଖିଳ ଭାରତୀୟ କଂଗ୍ରେସ୍ ସଭାପତି ସୋନିଆ ଗାନ୍ଧୀ, ରାହୁଲ୍ ଗାନ୍ଧୀ, ଅଖିଳ ଭାରତୀୟ ଯୁବ କଂଗ୍ରେସ୍ ସଭାପତି ଶ୍ରୀନୀବାସ ବିଭି,ସମ୍ପାଦକ ରିୟାଜୁଲ୍ ଅନ୍ସାରୀ, କ୍ରିଷ୍ଣା ଆଲଭାରୂ, ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ଡ.ସ୍ମୃତି ରଞ୍ଜନ ଲେଙ୍କା, ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ଯୁବ କଂଗ୍ରେସ୍ ସଭାପତି ଭାବେ ଜଗନ୍ନାଥ ନିଯୁକ୍ତି ପାଇବା ପରେ ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜଗନ୍ନାଥଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ