ସୋସାଇଟି ଚେଞ୍ଜରସ ତରଫରୁ “ରିୟଲ ଇଷ୍ଟେଟ ଆଜି ଓ ଭବିଷ୍ୟତ” ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଘର ଓ ଜାଗା କିଣିବା ବେଳେ ସତର୍କ ରହିବାକୁ ପରାମର୍ଶ

କଟକ,(ଓ୍ବାଇଏନ୍ଏସ୍) : ବିଜୟାଦଶମୀ ଉପଲକ୍ଷେ ସେଚ୍ଛ୍ଵାସେବୀ ଅନୁଷ୍ଠାନ ସୋସାଇଟି ଚେଂଜରସର ପକ୍ଷରୁ “ରୀୟଲ ଇଷ୍ଟେଟ ଆଜି ଓ ଭବିଷ୍ୟତ” ସମ୍ପର୍କିତ ଏକ ୱେବିନାର ଅନୁଷ୍ଠାନ ର ସଭାପତି ସାରଦା ପ୍ରସାଦ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଶ୍ରୀ ଦାସ ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କ ରେ ମତବ୍ୟକ୍ତ କରିବା ସହ ଘରବାଡ଼ି ଜାଗା କିଣିବା ସମୟରେ ସାଧାରଣ ଗ୍ରାହକ କିଭଳି ସତର୍କତା ଅବଲମ୍ବନ କରିବ ଓ ଠକାମୀ ର ଶିକାର ନହେବ ସେମାନଙ୍କୁ ସଚେତନ କରିବା ପାଇଁ ଏହି ପ୍ରୟାସ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ବିଡ଼ିଏ ବାଟିକାର ପ୍ରପର୍ଟି ଡେଭଲୋପର ଦେବୀଦତ୍ତ ମହାନ୍ତି ଯୋଗ ଦେଇ ରିୟଲ ଇଷ୍ଟେଟ ବ୍ୟବସାୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଗ୍ରାହକ ମାନଙ୍କ ସଚେତନତା ପାଇଁ ସୋସାଇଟି ଚେଞ୍ଜରସ ତରଫରୁ ଏଭଳି ଆଲୋଚନା ଚକ୍ର ଆୟୋଜିତ କରାଯିବା ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ସେ କହିଥିଲେ ଘରବାଡ଼ି ଜାଗା ବିକ୍ରୀ ଓ କ୍ରୟକୁ ନେଇ ରୀୟଲ ଇଷ୍ଟେଟ ବ୍ୟବସାୟ ସହରାଞ୍ଚଳ ରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ସହର ନିକଟରେ ଥିବା ଗ୍ରାମାଞ୍ଚଳ କୁ ମଧ୍ୟ ସମ୍ପ୍ରସାରଣ ହୋଇଛି। ଉଚ୍ଚ ଲାଭ ଆଶା ନେଇ ଅନେକ ସାଧାରଣ ଲୋକ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରୁଥିବା ବେଳେ ବିଭିନ୍ନ ସମୟରେ ଗ୍ରାହକ ମାନେ ଲାଭ ପାଇବା ପରିବର୍ତ୍ତେ ଜମି ପଟ୍ଟା ଜାଲିଆତି ସାଙ୍ଗକୁ ଆବଶ୍ୟକ ଭିତ୍ତିଭୂମି ର ବିକାଶ ଅଭାବରୁ ଗ୍ରାହକ ମାନେ ଦୀର୍ଘଦିନ ଧରି ଏହାର ଲାଭ ପାଇ ପାରୁ ନାହାଁନ୍ତି। ଦଲାଲ୍,ଲାଭଖୋର ବ୍ୟବସାୟୀ ମାନଙ୍କ ଜାଲରେ ପଡି ସାଧାରଣ ଜନତା ସହରାଞ୍ଚଳ ରେ ତା ମନପସନ୍ଦର ଘରଟେ କରିବା ତା ପାଇଁ କଷ୍ଟକର ହୋଇ ପଡୁଛି। ଏଣୁ ସେ କେତେକ ଲାଭଦାୟକ ଟିପ୍ସ ପ୍ରଦାନ କରିବା ସହ ସେଟେଲ ମେଣ୍ଟ ଓ ହାଇଟେକ ସର୍ଭେ ରେ ରହିଥିବା ଅନେକ ଅସଙ୍ଗତି ସମ୍ପର୍କ ରେ ଆଲୋଚନା କରିଥିଲେ। ଅନ୍ୟତମ ଆଲୋଚକ ଭାବେ ଯୁବ ଇଞ୍ଜିନିୟର ତଥା ସୋସାଇଟି ଚେଞ୍ଜରସ ର ରାଜ୍ୟ ସଂଯୋଜକ ଶ୍ରୀକୃଷ୍ଣ ମହାନ୍ତି ରୀୟଲ ଇଷ୍ଟେଟ କ୍ଷେତ୍ରରେ ବିପୁଳ ନିଯୁକ୍ତି ସାଙ୍ଗକୁ ଉନ୍ନତ ସେବା ସଂପର୍କରେ ଆଲୋଚନା କରିବା ସହ ସୌର ଶକ୍ତି ର ବିପୁଳ ବ୍ୟବହାର ସାଙ୍ଗକୁ କିଭଳି ରୀୟଲ ଇଷ୍ଟେଟ ରେ ଘର କରିଥିବା ବ୍ୟକ୍ତି ବିଶେଷଙ୍କୁ ଗ୍ରୀନ ହାଉସ ଦ୍ଵାରା ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ କରାଯାଇ ପାରିବ ଓ ବର୍ଜ୍ୟବସ୍ତୁ ପରିଚାଳନା ଦ୍ଵାରା ଏକ ସ୍ୱଚ୍ଛ ବାତାବରଣ ପ୍ରତିଷ୍ଠା କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଆଲୋଚନା ଚକ୍ରରେ ବ୍ରହ୍ମପୁରରୁ ସମିତ କୁମାର ପାତ୍ର, ବିଶାଖାପଟନମ ରୁ ଇଞ୍ଜିନିୟର କୁନାଲ ନାୟକ, ବଲାଙ୍ଗୀରରୁ ସୁଶାନ୍ତ କୁମାର ପ୍ରଧାନ,ଅମ୍ଳାନ ବାଡୁ, ସମେତ ବହୁ ଯୁବ ଉଦ୍ୟୋଗୀ ଯୋଗ ଦେଇଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଈଂ ସାଗାରିକା ସ୍ୱାଇଁ ସଂଯୋଜନା କରିଥିବା ବେଳେ ଶିବ ପ୍ରସାଦ ଦାସ ପ୍ରାକ୍ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ