ସୋସୋରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ବ୍ଲକ ସୋସୋ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଶିବନାରାୟଣ ମହିଳା ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଧନୁର୍ଜୟପୁର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ୱରଞ୍ଜନ ବେହେରା ଯୋଗଦେଇ ମଦର ଟେରେସା, ଆନି ବେଶାନ୍ତ,ନିବେଦିତା, ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧୀ, ପ୍ରତିଭାଦେବୀ ସିଂ ପାଟିଲ, ନନ୍ଦିନି ସତପଥି, ମାଳତୀ ଚୌଧୁରୀ, ଝାନସୀରାଣୀ ଲକ୍ଷ୍ମୀବାଇ ପ୍ରମୁଖ ମହୀୟସୀ ମହିଳାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମହିଳାମାନେ ନିଜେ ଆତ୍ମନିର୍ଭରଶୀଳ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଷିବନାରାୟଣ ମହିଳା ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମକୁ ସେ ଉଚ୍ଚ ପ୍ରସଂଶା କରିଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷକ ମୋହନ କୁମାର ମହାନ୍ତି ଯୋଗଦେଇ ସରକାର ମହିଳା ସଶକ୍ତି କରଣ ଯୋଜନାରେ ମହିଳାମାନଙ୍କୁ ସବୁ କ୍ଷେତୟରେ ପ୍ରାଧାନ୍ୟ ଦେଉଥିବାରୁ ମହିଳାମାନେ ଏହାର ସଦୁପୋଯୋଗ କରିବା ଉଚିତ । ଏହାଦ୍ୱାରା ଦେଶ ତଥା ଜାତିର ଉନ୍ନତି ସମ୍ଭବ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଆସପେୟାରର କର୍ମକର୍ତ୍ତା, ସୋସୋଥାନାର କର୍ମଚାରୀଙ୍କ ସହ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ