ସୋସୋ ଅଞ୍ଚଳରେ ହାତୀ ଉତ୍ପାତ ବଢ଼ିଲା, ବନବିଭାଗ ନିରବଦ୍ରଷ୍ଟା

ହାଟଡ଼ିହି (ଓ୍ବାଇଏନ୍ଏସ୍) : ହାତୀଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଗତକାଲି ରାତିରେ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବାବେଳେ ଅନେକ ଚାଷୀଙ୍କ ଫସଲ ଉଜାଡି ଦେଇଛି । ଖବରରୁ ଜଣାଯାଇଛି ହଦଗଡ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ଦୁଇଟି ହାତୀ ଆସି ବାଘୁଆ ତୋଟା ଓ ଦନେଇପୁର ତୋଟାର ରହିଛନ୍ତି । ଦିନ ନାହିଁ ରାତି ନାହିଁ ହାତୀ ଦୁଇଟି ବାଘୁଆ ତୋଟା ସହିତ, ସୋସୋ, କାନପୁର, ଦନେଇପୁର, ନିଉଦାନତୋଟା ମାନଙ୍କରେ ଉତ୍ପାତ କରୁଥିବାରୁ ଆମ୍ବ ପଣସ ଚାଷୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି । ହାତୀ ଗୁଡିକ ଗତ ତିନି ଚାରିବର୍ଷ ହେଲା ଏହିସମୟରୁ ଆସି ଜୁନ ପରେ ଯାଉଥିବାରୁ ଚାଷୀମାନେ ସେମାନଙ୍କ ଆମ୍ବ ପଣସ ଉତ୍ପାଦିତ କରିପାରୁ ନାହାନ୍ତି । ଗତକାଲି ରାତିରେ ଗୋଟିଏ ଦନ୍ତାହାତୀଟି ସୋସୋ ଗାଁ ମୁଣ୍ଡରେ ଥିବା ବାବୁଲି ସିଂଙ୍କ ଏକ ଚାଳଘରକୁ ଭାଙ୍ଗି ଦେଇଛନ୍ତି । ସେହିନରି ଗାଁର ଗିରିଶ ଚନ୍ଦ୍ର ନାୟକ, ପ୍ରଣବ ମହାନ୍ତି, ବିପିନି ବିହାରୀ ରାଉତଙ୍କ ବାଡିରେ ପସି ବାଇଗଣ, ବୋଇତାଳୁ ମକା, କଦଳୀ ଆଦି ପନିପରିବା ଚାଷକୁ ଦଳି ଚକଟି ନଷ୍ଟ କରିଦେଇଛି । ସନ୍ଧ୍ୟାହେଲେ ହାତୀ ମାନେ ଗାଁ ଗିତରକୁ ଆସୁଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ସନ୍ଧ୍ୟାହେଲେ ସୋସୋ, କାନପୁର, ଦନେଇପୁର, ନୁଆଗାଁ, ବାଘୁଆ, ପଢ଼ିଆରିପଲ୍ଲୀ, ନିଉଦାନି ଆଦି ଗ୍ରାମକୁ ହାତୀ ପସିଆସୁଥିବାରୁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏହି ହାତୀଙ୍କ ଆକ୍ରମଣରେ ଚଳିତବର୍ଷ ଆତୁରିକୋଣା ଗ୍ରାମ ଡାହିସାହିର ଜଣେ ମହିଳା ମୃତ୍ୟୁବରଣ କରିଥିବାବେଳେ ଗତବର୍ଷ ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାବେଳେ କେବଳ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସତର୍କ କରାଯାଉଛି । ଲୋକମାନଙ୍କ କହିବାକଥା ଯେ ଆମେ ଆମ ଗାଁରେ ରହିଲୁ, ପରିଶ୍ରା କରିବାକୁ ବି ବାହାରକୁ ଯାଇ ହେଉନି । ବନବିଭାଗ ଦୁଇ ତିନୋଟି ହାତୀଙ୍କ ପାଇଁ ହସ୍ତୀ ଅଭୟାରଣ୍ୟ କରିଥିବାବେଳେ ଗାଁ ଭିତରକୁ କଣ ପାଇଁ ହାତୀ ପସିବେ, ସେନେଇ ବନ ବିଭାଗ ଦୃଷ୍ଟି ଦେଉନି । ଏପରିକି ହାତୀ ମାନେ ଗାଁ ଭିତରକୁ ଜଂଗଲରୁ ବାହାରକୁ ନବାହାରି ପାରିବା ପାଇଁ ବନ ବିଭାଗ ଟ୍ରେଞ୍ଜ ଖୋଲିଥିଲେବି ତାହା ଠିକ ଭାବେ ଖୋଳାଯାଇ ନଥିବାରୁ ହାତୀମାନେ ଅନ୍ୟାୟାସରେ ଜଂଗଲ ବାହାରକୁ ଆସି ଆତଙକରାଜ ଖେଳାଇ ଚାଲିଛନ୍ତି । ବନ ବିଭାଗ କେବଳ ନିରବଦ୍ରଷ୍ଟା ସାଜିଛି । ଏପରି ସ୍ଥିତିରେ ବନ ବିଭାଗ ପକ୍ଷରୁ ହାତୀଟିକୁ ଘଉଡାଇବାକୁ ପଦକ୍ଷେପ ନେବା ସହିତ କ୍ଷତିଗ୍ରସ୍ଥ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ଦେବାକୁ ବାବାନି ରାଉତ, ପ୍ରଣବ ରାଉତ, ସନୁ ରାଉତ, ବାଦଲ ପ୍ରତିଲତା ରାଉତ, କୈଳାଶ ରାଉତ, ଅଶୋକ ମହାନ୍ତି, ପପୁ ରାଉତ, ଭରତ ରାଉତ, ବୈଲୋଚନ ନାୟକ, ମମି ନାୟକ, ଦିନବନ୍ଧୁ ପଣ୍ଡିତ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ