ସୋସୋ ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ, ୫ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଅବକାରୀ ଥାନା ପକ୍ଷରୁ ଆଜି ହାଟଡିହି ବ୍ଲକ ସୋସୋ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମଦ ଜବଦ କରାଯିବା ସହିତ ୫ଜଣଙ୍କୁ ଗିରାଫ କରାଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜି ଆନନ୍ଦପୁର ଅବକାରୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପରିଡା, ଅବକାରୀ ନିରୀକ୍ଷକ ପ୍ରଫୁଲ କୁମାର ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ ସୋସୋ ଥାନା ଅଧିନସ୍ଥ ଧନୁର୍ଜୟପୁର, ବାଙ୍ଗୋର, ବଉଳା, ସିଆଡିମାଳିଆ, ଢ଼େଙ୍କା, ସଢ଼ା ଆଦି ଗ୍ରାମ ମାନଙ୍କରେ ଚଢ଼ାଉକରି ଧନୁର୍ଜୟପୁର ଜେମା ମଲ୍ଲିକ, ସିଆଡିମାଳିଆ ଗ୍ରାମର ଗାଙ୍ଗି ହୋ, ସେହି ଗ୍ରାମର ରାଇମଣି ହୋଙ୍କ ଠାରୁ ୨୬ଳିଟର ମହୁଲି ମଦ ଜବଦ କରିଥିଲେ । ସେହିପରି ଢ଼େଙ୍କା ଗ୍ରାମର ଅନିରୁଦ୍ଧ ନାୟକ ଓ ସଢ଼ା ଗ୍ରାମର ଭରତ ମଲ୍ଲିକଙ୍କ ଠାରୁ ୬ଲିଟର ୮୦୦ମିଲିଲିଟର ବିଦେଶୀ ମଦ ଜବଦ କରିବା ସହିତ ୫ଜଣଯାକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ