ସୌନ୍ଦର୍ଯ୍ୟର ଗନ୍ତାଘର ହେବ ଚାନ୍ଦିପୁର ବେଳାଭୂମି
ବାଲେଶ୍ୱର : ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ଚାନ୍ଦିପୁର ବେଳାଭୂମି ଅନ୍ୟତମ । ଚାନ୍ଦିପୁର ବେଳାଭୂମିର ବିକାଶ ପାଇଁ ସଦର ବିଧାୟକ ମଦନ ମୋହନ ଦତ୍ତ ଐତିହାସିକ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ବିଧିବଧ ଭାବେ ଶିଳାନ୍ୟାସ କରିଛନ୍ତି । ପ୍ରକଳ୍ପ ଦ୍ୱାରା ସବିସୁୃତ ବେଳାଭୂମି ସମ୍ପ୍ରସାର ଓ ସୁରକ୍ଷିତ ହେବା ସହ ଉତ୍ତର ଓଡିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରାଣବିନ୍ଦୁ ପାଲଟିବ । ଗତ ବିଧାନସଭା ସମୟରେ ଜଳସମ୍ପଦ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ସଦର ବିଧାୟକ ଦତ୍ତ ସାକ୍ଷାତ କରି କେନ୍ଦ୍ର ସରକାର ଓ ନାବାଡରୁ ପ୍ରଚୁର ଅର୍ଥ ବିଭାଗକୁ ଆସୁଥିବା ବେଳେ ବାଲେଶ୍ୱରରେ ପ୍ରକଳ୍ପକୁ ତୁରନ୍ତ କରିବା ପାଇଁ ମନ୍ତ୍ରୀଙ୍କ ଠାରେ ନିବେଦନ କରିଥିଲେ । ବିଧାୟକ ନିବେଦନ ରକ୍ଷା କରି ବିଭାଗ ତରଫରୁ ୮ଶହ ମିଟରରୁ ଉର୍ଦ୍ଧ୍ୱ ଚାନ୍ଦିପୁର ବେଳାଭୂମି ଉପରେ ସମୁଦ୍ରତଟ ଅବକ୍ଷୟ ସୁରକ୍ଷା ନିମନ୍ତେ ଲୁଣି ବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରକଳ୍ପର ଅଟକଳ ମୂଲ୍ୟ ୨୨ କୋଟି ଟଙ୍କାର । ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଯନ୍ତ୍ରୀ ଇଂ ଅଭିମନ୍ୟୁ ବେହେରା, ଉପ ନିର୍ବାହୀ ଯନ୍ତ୍ରୀ ଇଂ ନିର୍ମଳକାନ୍ତି ଜେନା, ସହକାରୀ ଯନ୍ତ୍ରୀ ହରେକୃଷ୍ଣ ଧଳ, ସାଂସଦ ପ୍ରତିନିଧି ଉମାକାନ୍ତ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପର୍ଶୁରାମ ବେହେରା, ଚାନ୍ଦିପୁର ସରପଞ୍ଚ ତପନ ଜେନା, ହିଡିଗାଁ ସରପଞ୍ଚ ବାସନ୍ତି ବେହେରା,ସମିତିସଭ୍ୟ ଶମ୍ଭୁନାଥ ଦଳେଇ, ସମିତି ସଭ୍ୟା ମିନାରାଣୀ ହାଁସଦା, ରବିନାରାୟଣ ମହାପାତ୍ର, ଶୁଭଙ୍କର ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଗୌରାଙ୍ଗ ଦାସ, ବିଭୁପଦ ଦାସ, ଗଙ୍ଗାଧର ରାଉତ, ମଣ୍ଡଳ ସଭାପତି ଅନିଲ ପାତ୍ର, ମନ୍ମୟ ଦାସ, ଅନନ୍ତ ନାୟକ, ବିକାଶ ପାଢୀ, ଧୀରଜ ମହାନ୍ତି, କୌସିକ ଚାନ୍ଦ, ଅରୁପ ଜେନା, ଶ୍ରୀୟା ଦାସ, ଅମର ପାଲ, ଶମ୍ଭୁନାଥ ନାୟକ, ଦେବବ୍ରତ ମଣ୍ଡଳ, ଜିତେନ୍ଦ୍ର ଦାସ, ମନୋଜ ଓଝା, ଅମିତ ମାଇତି, ସୁଦାମ ବେହେରା, ସେଖ ସଦାମ, ଅନିତା ଜେନା, ଅସିମ ମହାନ୍ତି, ସଂଯୁକ୍ତା ମହାପାତ୍ର, ରାଧାକୃଷ୍ଣ ମାଝୀ, ବାବୁଲା ଗିରି, ବିକାଶ ଗିରି, ଗୟାଧର ବେହେରା, ସୁରେଶ ମାଝୀ, ମାମୁନି ହାଥୀ, ପବନ କମିଳା, ଦୁର୍ଗାପ୍ରସନ୍ନ ବେହେରା, ଶ୍ରୀହରି ଶୁକ୍ଳା, ସରୋଜ ହାଜରା, ରିତ ପ୍ରଧାନ, ରଣଜିତ ପୃଷ୍ଟି, ସେଖ ଅଫଜଲ, ପର୍ଶୁରାମ ମହାନ୍ତି, ଜିତେନ୍ଦ୍ର ଷଡଙ୍ଗୀ, ସେଖ ସାବିତ, ମୁନ୍ନା ମହନ୍ତ, ଶକ୍ତି ପାଣିଗ୍ରାହୀ, ଅଭିଷେକ ପଣ୍ଡା, ଦିଲ୍ଲୀପ ମହାନ୍ତି, ସୌମ୍ୟ ରନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।