ସୌରଭଙ୍କ ପ୍ରାଣୀ ପ୍ରେମ; ଆହତ ଷଣ୍ଢକୁ କାନ୍ଧରେ ଉଠାଇ ଆଣିଲେ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତରୁ ପୁରୀ ୨୩୦ କି.ମି.ର ବ୍ୟବଧାନକୁ ମାତ୍ର ୨୮ ଘଣ୍ଟାରେ ଦୌଡ଼ି ଅତିକ୍ରମ କରିଥିବା ବନ୍ତ ଗ୍ରାମର ଯୁବ ଧାବକ ସୌରଭ ସେଠୀଙ୍କ ଠାରେ ଆଉ ଏକ ବିଶେଷ ମହନୀୟତା ଦେଖିବାକୁ ମିଳିଛି । ମାନସିକ ଅନଗ୍ରସର, ଭିନ୍ନକ୍ଷମ ଏବଂ ଅସହାୟମାନଙ୍କୁ ଦେଖିଲେ ସେମାନଙ୍କୁ ଖାଦ୍ୟ, ବସ୍ତ୍ର, ମାସ୍କ ଇତ୍ୟାଦି ଦେଇ ସେମାନଙ୍କର ସହାୟତା କରୁଥିବା ସୌରଭଙ୍କ ହୃଦୟରେ ପ୍ରାଣୀ ମାନଙ୍କ ପ୍ରତି ମଧ୍ୟ ରହିଛି ଅନନ୍ୟ ପ୍ରେମ ଭାବ । ରାସ୍ତାରେ ବୁଲୁଥିବା ୨୦ରୁ ୩୦ ଷଣ୍ଢଙ୍କ ପାଇଁ ସେ ନିୟମିତ ଭାବେ ପରିବା, ଫଳ, ଛଣ କୁଟା, ବିସ୍କୁଟ୍ ଇତ୍ୟାଦି ଯୋଗାଡ଼ କରି ସେମାନଙ୍କୁ ଖୁଆଉଥିବା ବେଳେ ଆହତ ଷଣ୍ଢମାନଙ୍କର ଡାକ୍ତର ଡକାଇ ଚିକିତ୍ସା କରାଇବା ଭଳି ମହତ କାର୍ଯ୍ୟ ସେ ଲଗାତର ଭାବେ କରି ଚାଲିଛନ୍ତି । ଇତି ମଧ୍ୟରେ ଗାଡ଼ି ଧକ୍କାରେ ଆହତ ହୋଇ ଚାଲି ପାରୁ ନଥିବା ଏକ ଷଣ୍ଢକୁ କେନାଲ ନିକଟରେ ପଡ଼ିଥିବା ବେଳେ ସେ ତା’କୁ ନିଜ କାନ୍ଧରେ ଉଠାଇ ଆଣି ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇଛନ୍ତି । କେହି ସହାୟତା କରନ୍ତୁ ବା ନ କରନ୍ତୁ ଏହି ସବୁ କାମକୁ ସେ ନିଜ କର୍ତ୍ତବ୍ୟ ଭାବି କରନ୍ତି । ଏଥିରୁ ସେ ଖୁବ୍ ଆନନ୍ଦ ଲାଭ କରନ୍ତି ବୋଲି ସୌରଭ କହିଛନ୍ତି । ତାଙ୍କୁ କ୍ରୀଡ଼ା ପ୍ରଶିକ୍ଷଣ ଦେବା ପାଇଁ ସ୍ଥାନୀୟ ନେତୃବୃନ୍ଦ ଦେଇଥିବା ପ୍ରତିଶୃତି ପୂରଣ ହେଲେ, ସେ ଦେଶ ପାଇଁ ସୁନାମ ଆଣିବେ ବୋଲି ମଧ୍ୟ କହିଛନ୍ତି । ସୌରଭଙ୍କ ଏହି ମହତ କାର୍ଯ୍ୟକୁ ବନ୍ତ ଅଂଚଳବାସୀଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଭୂୟସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ