ସ୍କର୍ପିଓରୁ ୫୧ ଲକ୍ଷ ୧୬ ହଜାର ୬୫୦ ଜବତ
କୋରାପୁଟ: ପଡୋଶୀ ଛତିଶଗଡରୁ କୋରାପୁଟ ଅଭିମୁଖେ ଏକ ସ୍କର୍ପିଓରୁ ବିଏସଏଫ ଯବାନ ମାନେ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ପୁଲିସ ଥାନାର କୋଡ୍ରିମାଳପୁଟ ନିକଟରୁ ଟଙ୍କା ଜବତ ହୋଇଛି । ସ୍କର୍ପିଓ ସହିତ ୨ ଜଣ ଯୁବକଙ୍କୁ ଅଟକ ରଖି ପଚାରାଉଚାରା କରୁଛି । ଲୋକମାନେ କେଉଁ ମାନେ କାମରେ ଏତେ ପରିମାଣର ଟଙ୍କା କାର ଗାଡିରେ ନେଉଥିଲେ ତାହା ଜଣାପଡିନଥିବା ବେଳେ ପୁଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛି ତେଣୁ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଦେଇଛି ।