ସ୍କାଉଟସ୍ ଏବଂ ଗାଇଡସ୍ର “ସମର୍ଥ ୟୁବା” ଶିିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ରୋଭର ଏବଂ ରେଞ୍ଜରମାନଙ୍କୁ ନେଇ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା “ସମର୍ଥ ୟୁବା” ଆଜି ସଂଧ୍ୟାରେ ଉଦ୍ଯାପିତ ହୋଇଅଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେଯେ ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ଲୁଚି ରହିଥିବା ଯୁବ ପ୍ରତିଭାମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ଓଡ଼ିଶାର ୫୨ଟି ମହାବିଦ୍ୟାଳୟରୁ ୪୫୦ ଜଣ ରୋଭର, ରେଞ୍ଜର, ରୋଭର ସ୍କାଉଟ ଲିଡର, ରେଞ୍ଜର ଲିଡର ଯୋଗ ଦେଇ “ସମର୍ଥ ୟୁବା”ର ବିଭିନ୍ନ ଦିବସରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଯଥା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କିପରି କରିପାରିବେ ତାହା ଉପରେ ଏକ ଅଧିବେଶନ କରାଯାଇଥିôଲା, ପାଇଓନେରିଙ୍ଗ୍, ପ୍ରାଥମିକ ଚିକିତ୍ସା, ଆଡଭୋକେସି କର୍ଣ୍ଣର, ପରିବେଶ ସଚେତନତା, ବକ୍ତୃତା ପ୍ରତିଯୋଗିତା, ଆତ୍ମରକ୍ଷା କୌଶଳ ତାଲିମ୍ ଆଦି ଦିଆଯାଇଥିଲା । ଏତଦ୍ବ୍ୟତୀତ ବନ୍ୟଜନ୍ତୁ ଉପରେ ଜୀବନବ୍ୟାପୀ ଗବେଷଣା କରୁଥିବା ଡଃ. ଲାଲା ଅଶ୍ୱିନୀ କୁମାର ସିଂହଙ୍କ ଦ୍ୱାରା ପରିବେଶ ସନ୍ତୁଳନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଶିବିରଟିକୁ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକ, ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ, ଯୁଗ୍ମ ସଂଗଠନ କମିଶନର ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ରାଜ୍ୟ ତାଲିମ୍ କମିଶନର ଶ୍ରୀଯୁକ୍ତ ସୁରଜିତ୍ ସେନ୍ଙ୍କ ତତ୍ୱାବଧାନରେ କରାଯାଇଥିବା ବେଳେ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏହି ଶିବିରରେ ସହାୟତା କରିଥିଲେ । ଶେଷରେ ସମର୍ଥ ୟୁବାରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ରୋଭର, ରେଞ୍ଜରମାନଙ୍କୁ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ରଙ୍କ ଦ୍ୱାରା ମାନପତ୍ର ଓ ଫଳକ ପୁରସ୍କୃତ କରାଯାଇଥିଲା ।