ସ୍କାଉଟସ୍ ଏବଂ ଗାଇଡସ୍‌ ଉଦ୍‌ଘାଟିତ ହେଲା “ଗ୍ରୀନ୍ ଓଡିଶା”

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା “ଗ୍ରୀନ୍ ଓଡିଶା” ଆଜି ଉଦ୍‌ଘାଟିତ ହୋଇଅଛି । ଉଦ୍‌ଘାଟକ ଭାବେ ସଦସ୍ୟ ଲୋକାୟୁକ୍ତ ଡଃ. ଦେବବ୍ରତ ସ୍ୱାଇଁ, ମୁଖ୍ୟ ଅତିଥି ଭାବେ ବନ ସଂରକ୍ଷକ ଶ୍ରୀ ସତ୍ୟନାରାୟଣ ବେଉରା, ଆଇଏଫଏସ୍‌, ଅପରାହ୍ନ ୬.୦୦ ଘଟିକା ସମୟରେ ପହଞ୍ଚିବା ପରେ ସ୍କାଉଟ ଗାଇଡ୍‌ର ପାରମ୍ପାରିକ କଲର ପାର୍ଟି ଦ୍ୱାରା ରୋଭର ରେଞ୍ଜରମାନେ ମୁଖ୍ୟ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ରାଜ୍ୟ ମୁଖ୍ୟକମିଶନର ତଥା ଜାତୀୟ ଉପସଭାପତି ଶ୍ରୀ କାଳିପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଡଃ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ୧୫୦ ରୁ ଊର୍ଦ୍ଧ୍ୱ ସମବେତ ହୋଇଥିବା ରୋଭର ରେଞ୍ଜର୍‌ମାନଙ୍କ ଦ୍ୱାରା ମୁଖ୍ୟଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଶିବିରର ଉଦ୍ଦେଶ୍ୟ ତଥା ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ର ଅବଗତ କରାଇଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଶିବିର ମଧ୍ୟରେ ବିଭିନ୍ନ ସ୍ଥାନରେ ପିଲାମାନେ ଗଛ ଲଗାଇବାର କାର୍ଯ୍ୟକ୍ରମ ରହିଛି ଏବଂ ଏହି ଶିବିରରୁ ପିଲାମାନେ ଗଛ ଲଗାଇବାର କୌଶଳ ଏବଂ ଏହାର କିପରି ରକ୍ଷଣବେକ୍ଷଣ କରିପାରିବେ ଏହି ଶିବିର ମାଧ୍ୟମରେ ଭଲଭାବରେ ଶିକ୍ଷାଲାଭ କରି ଶିବିରରୁ ଫେରିଯାଇ ନିଜ ନିଜ ଗ୍ରାମ ଏବଂ ନିଜର ଆଖପାଖ ଗ୍ରାମରେ ବିଭିନ୍ନ ପ୍ରକାର ଗଛ ଲଗାଇ ଏହାର ଯତ୍ନନେଇ ଗଛ ଗୁଡିକୁ ବଢ଼ାଇ ପାରିଲେ ଏହି ଶିବିରଟି ସାର୍ଥକ ହେବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଲୋକାୟୁକ୍ତ ଡଃ ସ୍ୱାଇଁ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ “ଗ୍ରୀନ୍ ଓଡିଶା” ଶିବିର ଆୟୋଜନର ଉଚ୍ଚ ପ୍ରଶଂସା କରିବା ସହିତ ଏହା ଆଗାମୀ ଯୁବପୀଢ଼ିମାନଙ୍କୁ ପ୍ରେରଣା ଦେବ ବୋଲି ବୋଲି ଆଶା ପୋଷଣ କରିଥିଲେ । ଏହା ଏକ ମିଶନ ଭାବରେ ଆସୁଥିବା ମୌସୁମୀକୁ ଆଖିରେ ରଖି ଜୁଲାଇ ଶେଷ ସୁଦ୍ଧା ଓଡିଶାରେ ୫ ଲକ୍ଷ ଚାରା ରୋପଣ ଏବଂ ଯତ୍ନର ଉଦ୍ଦେଶ୍ୟ ରହିଛି । ପରିଶେଷରେ ରାଜ୍ୟ ତାଲିମ କମିଶନର (ଗାଇଡ୍‌) ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସଭାପତି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ସମସ୍ତ ପ୍ରତିଭାଗୀମାନଙ୍କୁ ଶୁଭେଚ୍ଛା ଦେବା ସହ ଜିଲ୍ଲାସ୍ତରରେ ବୃକ୍ଷରୋପଣରେ ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି । ସାଂଧ୍ୟ ଅଧିବେଶନରେ ରୋଭର ରେଞ୍ଜର ମାନଙ୍କ ମଧ୍ୟରେ ଦଳଗତ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ