ସ୍କାଉଟସ୍ ଓ ଗାଇଡସ୍ ମାନଙ୍କ ଦ୍ୱାରା “ବିଶ୍ୱ ପରିବେଶ ଦିବସ” ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ‘ବିଶ୍ୱ ପରିବେଶ ଦିବସ’ ରାଜ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ କରାଯାଇଅଛି । ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ୧୬୦ ଜଣ ସ୍କାଉଟ, ଗାଇଡ, ରୋଭର, ରେଞ୍ଜର ମାନେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ସମବେତ ହୋଇଥିଲେ । ପରେ ପରେ ସ୍କାଉଟ/ଗାଇଡ୍ ମାନଙ୍କ ମଧ୍ୟରେ ବିଶ୍ୱ ପରିବେଶ ଉପରେ ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ମାନସିକ ରୋଗ ବିଶେଷଜ୍ଞ, କିମସ୍ ହସ୍ପିଟାଲ ଡଃ. ପ୍ରଣବ କୁମାର ମହାପାତ୍ର ଯୋଗଦେଇ ପିଲାମାନଙ୍କୁ ଗଛର ବିଭିନ୍ନ ଉପକାରିତା ବିଷୟରେ ବୁଝାଇଥିଲେ ଏବଂ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ କିପରି ଲଗାଇବେ ସେଥିପାଇଁ ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ବୈଜ୍ଞାନିକ ଡଃ. ଦାଶରଥି ଦାସ, ଏବଂ ଡଃ. ଅଭିନବ ନିଜ ବକ୍ତବ୍ୟରେ କହିଥିଲେ ଯେ ମୋବାଇଲ୍ ନିଜ ପକେଟ୍‌ରେ ରଖିଲେ ଏହାର କିପରି କୁପ୍ରଭାବ ପଡିବ ତାହା ବିଷୟରେ ବୁଝାଇଥିଲେ । ଶେଷରେ ସ୍କାଉଟ୍ ଗାଇଡ଼୍ ମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ଓ ଫଳକ ଦିଆଯାଇ ପୁରସ୍କୃତ କରାଯାଇଥିଲା । ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ସମସ୍ତ ପିଲାମାନଙ୍କୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ