ସ୍କାଉଟ୍ସ ଓ ଗାଇଡ଼ସ ପକ୍ଷରୁ ରଥଯାତ୍ରା ସମୟରେ ସେବା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଓଡିଶା ସ୍କାଉଟ୍ସ ଓ ଗାଇଡ଼ସ, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ଼ସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ମହାରାଜାଙ୍କ ବାଳକ ବିଦ୍ୟାଳୟ, ପାରଳାଖେମୁଣ୍ଡି ସମୁଖରେ ଏକ ସେବା ଶିବିର ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ | ଏହି ଶିବିର ରେ ଭକ୍ତ ମାନଙ୍କୁ ମିଠା ଖେଚୁଡି , ପାନୀୟ ଜଳ ଭଳି ସେବା ଯୋଗାଇ ଦିଆଯାଉ ଥିବାର ବ୍ୟବସ୍ଥା କରାଯାଇଛି | ଏହି କାର୍ଯ୍ୟକ୍ରମକୁ ସ୍କାଉଟ୍ସ ଓ ଗାଇଡ଼ସ ତରଫରୁ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ସଞ୍ଜୟ ପାତ୍ର, କିଶୋର ଚନ୍ଦ୍ର ଦାସ, ଶଶିକାନ୍ତ ମହାପାତ୍ର , ଏ. ରାମା ରାଓ, ଦିଲେଶ୍ଵର ତୃନା, ପ୍ରଦୀପ ସାମଲ, ପ୍ରଦୀପ ପ୍ରସାଦ ପାଢ଼ୀ ପ୍ରମୁଖ ସହଯୋଗ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ