ସ୍କାଉଟ୍‌ସ୍ ଓ ଗାଇଡସ୍ ପରିସରରେ ବିଶାଳ “ରକ୍ତଦାନ ଶିବିର” ଉଦ୍‌ଘାଟିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଏବଂ “ମୋ ପରିବାର” ଓଡିଶା ସହଯୋଗରେ ତା୧.୯.୨୦୨୧ରିଖ ଦିନ ୧୦.୩୦ ମିନିଟ୍ ସମୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଗାଇଡ଼୍‌ର ମୁଖ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ତଥା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନ ଯେପରିକି ରାଜଧାନୀ କଲେଜ, ବାଣପୁର କଲେଜ, ଚୌଦ୍ୱାର କଲେଜ, ୟୁ.ଏନ୍‌. ଅଡସପୁର, ଡିକେଏନ୍ କଳେଜ, ଏରଞ୍ଚ, ପିଏନ୍ କଲେଜ, ଖୋର୍ଦ୍ଧା, ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଭି.ଏସ୍‌.ଡିଗ୍ରୀ କଲେଜ, ଖଣ୍ଡପଡା, ଓୟୁଏଟିରୁ ୧୦୦ରୁ ଊର୍ଦ୍ଧ୍ୱ ରୋଭର୍‌, ରେଂଜର ଏବଂ କିଛି ସହୃଦୟ ବ୍ୟକ୍ତି ଯୋଗଦେଇ ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରାଜ୍ୟ ମୁଖ୍ୟାଳୟର ରାଧାନାଥ ସମ୍ମିଳନୀ କକ୍ଷରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କୋଭିଡ୍ ନିୟମମାନି ରକ୍ତ ସଂଗ୍ରହ କରାଯାଇଥିଲା । ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ତରଫରୁ ସମସ୍ତଙ୍କ ପାଇଁ ଗୋଟିଏ ମାସ୍କ ଏବଂ ଗୋଟିଏ ସାନିଟାଇଜର ବଣ୍ଟନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ମହାକାଳପଡା ଏବଂ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପ-ସଭାପତି ମାନ୍ୟବର ବିଧାୟକ ଭୁବନେଶ୍ୱର (ଉତ୍ତର) ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ମାନ୍ୟବର ବିଧାୟକ ଭୁବନେଶ୍ୱର (ମଧ୍ୟ), ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳି ପ୍ରସାଦ ମିଶ୍ର ଏବଂ ମୋ ପରିବାର ଓଡିଶାର ରାଜ୍ୟ ଆବାହକ ଶ୍ରୀଯୁକ୍ତ ଅରୁପ କୁମାର ପଟ୍ଟନାୟକ, (ଅବସରପ୍ରାପ୍ତ ପୋଲିସ୍ ପ୍ରଶାସନିକ ଅଧିକାରୀ) ମୋ ପରିବାର ଓଡିଶା ଜିଲ୍ଲା ସଂଯୋଜକ ଭୁବନେଶ୍ୱର (ମଧ୍ୟ) ଯୋଗ ଦେଇ ରୋଭର ରେଞ୍ଜର ମାନଙ୍କର ସ୍ୱେଚ୍ଛାକୃତ ରକ୍ତଦାନର ଉଚ୍ଚ ପ୍ରଶଂସା କରିବା ସହିତ ରକ୍ତ ଅଭାବରୁ ଯେପରି କୌଣସି ମଣିଷର ମୃତ୍ୟୁ ନହୁଏ ସେଥିପ୍ରତି ଲୋକମାନଙ୍କୁ ଅନୁରୋଧ କରିବା ସହିତ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରାଯାଇ ଲୋକମାନଙ୍କର ଜୀବନ ରକ୍ଷା ହୋଇ ପାରିବ ସେଥିପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଏହି ଅବସରରେ ରାଜ୍ୟ ମୁଖ୍ୟାଳୟ ପରିସରରେ ଜାତୀୟ ତାଲିମ କେନ୍ଦ୍ର ପଚମାରୀର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଏକ “ପଚମାରୀ କକ୍ଷ” ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି କକ୍ଷରେ ଜାତୀୟ ତାଲିମ କେନ୍ଦ୍ର ଏବଂ ରାଜ୍ୟ ତାଲିମ କେନ୍ଦ୍ରର ବିଭିନ୍ନ ତାଲିମ, ଦୁଃସାହସିକ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଫଟୋ ମାଧ୍ୟମରେ ପରିପ୍ରକାଶ କରାଯାଇଛି । ରାଜ୍ୟ ମୁଖ୍ୟାଳୟର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗୀତା କରିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ କୁମାର ପାଇକରାୟ ଏହି ସଭାକୁ ପରିଚାଳନା କରିଥିବା ବେଳେ ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗିତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ