ସ୍କୁଲ ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମରେ ନିୟୋଜିତ କରିବା ଯୋଗୁ ଖେଳ ଶିକ୍ଷକ ସସପେଣ୍ଡେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନିଜର ବ୍ୟକ୍ତିଗତ କାମରେ ଛାତ୍ରମାନଙ୍କୁ ନିୟୋଜିତ କରିବା ଘଟଣାରେ ଗଜପତି ଜିଲ୍ଲା ମୋହନା ବ୍ଳକ ଶିକୁଳିପଦର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଏମ. ରାଜେନ୍ଦ୍ର ଦୋରାଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ। ଗତକାଲି ଜିଲ୍ଲା ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୬୧୫ ରେ ନିଲମ୍ବିତ କରାଯାଇଥିବା ଉଲ୍ଲେଖ କରିଛନ୍ତି। ଏହାର ନକଲ ଗଜପତି ଜିଲ୍ଲାପାଳ, ମୋହନା ବ୍ଳକ୍ ଶିକ୍ଷାଧକାରୀ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ ମୋହନା ବ୍ଳକ ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ତଥା ହଷ୍ଟେଲ ରହି ପାଠ ପଢୁଥିବା ୭ ଆଦିବାସୀ ଛାତ୍ରଙ୍କୁ ଜନୈକ ଶିକ୍ଷକ ଚାନ୍ଦିପୁଟ ଗ୍ରାମସ୍ଥିତ ତାଙ୍କ ନିଜ ଦୋକାନରେ ରଙ୍ଗ ଦେବା କାମରେ ନିୟୋଜିତ କରିଥିବା ଅଭିଯୋଗ ହୋଇଥିଲା । ଶନିବାର ସକାଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧୂର ପ୍ରଧାନ ଏହି ଘଟଣା ଦେଖି ଏହାର ଦୃଢ ବିରୋଧ କରିବା ସହ ଛାତ୍ରମାନଙ୍କୁ ସେଠାରୁ ଉଦ୍ଧାର କରି ଫେରାଇ ଆଣିଥିଲେ. ପରେ ଏହି ଘଟଣା ନେଇ ଅଭିଯୋଗ ହେବା ପରେ ତଦନ୍ତ କରାଯାଇ ସମ୍ପୃକ୍ତ ଶିକ୍ଷକଙ୍କୁ ସସପେଣ୍ଡେ କରାଯାଇଛି.


