ସ୍କୁଲ ପରେ କଲେଜ ପାଳି, ହେବ ଏକ୍ସଟ୍ରା କ୍ଲାସ
ଭୁବନେଶ୍ୱର : କିଛି ଦିନ ତଳେ ସ୍କୁଲଗୁଡ଼ିକରେ ଏକ୍ସଟ୍ରା କ୍ଲାସ୍ କରିବା ଲାଗି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ। ଏବେ ପାଳି ପଡ଼ିଛି କଲେଜର। ଯେଉଁମାନଙ୍କ ଉପସ୍ଥାନ କମ ରହିଛି ସେମାନଙ୍କ ସୁବିଧା ପାଇଁ ଏଣିକି କଲେଜରେ ଏକ୍ସଟ୍ରା କ୍ଲାସକୁ କରିବା ନେଇ ଗୁରୁତ୍ୱ ଦିଆଯାଇଛି । ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀଙ୍କ ସହ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଏକ୍ସଟ୍ରା କ୍ଲାସରେ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଏହି ଏକ୍ସଟ୍ରା କ୍ଲାସରେ ମୁଖ୍ୟତଃ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ ଦିଆଯିବ। ଦୁର୍ବଳ ଓ ଉପସ୍ଥାପନା କମ୍ ଥିବା ଛାତ୍ରଛାତ୍ରୀ ମଧ୍ୟ କିଭଳି ପରୀକ୍ଷାରେ ଭଲ ଫଳାଫଳ କରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ ।


