ସ୍କୁଲ ଫି ପ୍ରତିବାଦ ରେ ଅଭିଭାବକଙ୍କ ବିକ୍ଷୋଭ

କଳାହାଣ୍ଡି – ଭବାନୀପାଟଣା ସ୍ଥିତ ଜିଲ୍ଲା ର ଆଗ୍ରଣୀ ଇଂଲିଶ ମିଡିୟମ ବିମଳା କନଭେଣ୍ଟ୍ ସ୍କୁଲ ରେ ଫିଜ୍ ବୃଦ୍ଧି ପ୍ରତିବାଦରେ ଅଭିଭାବକ ବିକ୍ଷୋଭ । ବର୍ଦ୍ଧିତ ସ୍କୁଲ ଫି ବୃଦ୍ଧି ଓ ସ୍କୁଲ ରେ ଭିତ୍ତିଭୂମି ନଥିବାରୁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ । ସ୍କୁଲ ପରିଚାଳନା କମିଟି ଚଳିତ ବର୍ଷ ୨୨ ପ୍ରତିଶତ ସ୍କୁଲ ଫିଜ ବୃଦ୍ଧି କରିଥିବା ବେଳେ ଅଭିଭାବକ ଏହାର ବିରୋଧ କରିଆସୁଛନ୍ତି । ବିରୋଧ ପରେ ଫିଜ କୁ ତିନି ପ୍ରତିଶତ କମାଇ ଦିଆଯାଇଛି । ହେଲେ ଅଭିଭାବକ ପରିଚାଳନା କମିଟି ବର୍ଦ୍ଧିତ ଫିଜ ଓ ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା ଦାବୀ କରୁଛନ୍ତି । ଆନ୍ୟପକ୍ଷ ରେ ସ୍କୁଲ ପ୍ରିନସପାଲ ଆଲୋଚନା ପାଇଁ ରାଜି ହେଉନାହାନ୍ତି । ଫଳରେ ଆଜି ସ୍କୁଲ ବନ୍ଦ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ