ଯୋଗ ରଙ୍ଗ ରେ ରଙ୍ଗେଇ ହେଲା ସାରା ବିଶ୍ୱ

ଯୁଗାଦ୍ଧ ନ୍ୟୁଜ(ଦିପ୍ତି)
ଆଜି ଯୋଗ ଦିବସ । ଯୋଗର ମହତ୍ମୀୟ ବିଷୟରେ ଯୋଗୀ ମୁନୀ ଙ୍କ ଠାରୁ ଆରମ୍ଭ କରି ଆଧୁନିକ ମନୁଷ୍ୟ ଏହା ବିଷୟରେ ଉଣା ଅଧିକେ ଏହାକ ଉପକାରିତା ବିଷୟର ଉପଲବଧି କଲାଣି , ଯୋଗ , ମନ ଶରୀର ଓ ଆତ୍ମା ର ଏକାଗ୍ରତାକୁ ବୃଦ୍ଧି କରିଥାଏ । ଯୋଗ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଆସିଥାଏ । ଏବଂ ଯୋଗ ପ୍ର୍ତିଦିନ କରିବା ଦ୍ୱାରା ମନର ଏକଗ୍ରତା ବଢିଥାଏ । ଅର୍ନ୍ତଜାତୀୟ ଯୋଗ ଦିବସ ଅବସର ଭିନ୍ନ ପ୍ରକାରର ପାଳନ କରି ଏହାର ଆନନ୍ଦ ନେବାକୁ ଏହି ଦିନ ପାଳନ କରାଯାଏ ।ଏହି ଯୋଗ ଦିବସକୁ ପାଳନ କରିବା ପାଇଁ ଏକ ନିଦ୍ଧିଷ୍ଟ ଦିନ ହେବା ଉଚିତ ବୋଲି ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମେ।।ଦି ଏକ ପ୍ରସ୍ଥାବ ମିଳିତ ଜାତିସଂଘର ୨୦୧୪ ମସିହାକୁ ଜୁନ ୨୧ କୁ ଯୋଗ ଦିବସ ରୂପେ ପାଳନ କରିବା ପାଇଁ ପ୍ରସ୍ଥାବ ଦେଇଥିଲେ । କାରଣ ଏହା ଯଥାର୍ଥ ଯେ ଅନ୍ୟ ଦିନ ମାନଙ୍କ ଅପେକ୍ଷା ଏହି ଦିନର ସମୟସୀମା ଅଧିକ ଥାଏ ।(uno) ର ସଦସ୍ୟ ମାନେ ଏହା ଉପରେ ବିଚାର କରି ଖୁବ ଶୀଘ୍ର ଏହାର ସକାରତ୍ମକ ଭାବେ ବିଚାର କରି ଅନୁମତି ପ୍ରଦାନ କଲେ । ଏହା ପରେ ଜୁନ ୨୧,୨୦୧୫ ର ପ୍ରଥମ ଅର୍ନ୍ତଜାତୀୟ ଯୋଗ ଦିବସ ରୂପେ ପାଳନ କରାଗଲା । ଏହି ଦିନ ପ୍ରଧାନମନ୍ତ୍ରୀ ଙ୍କ ସହ ଅନ୍ୟ ରାଜନେତା ମାନେ ଖୁବ ଉତ୍ସାହର ସହ ଏଥିରେ ସାମିଲ ହେଲେ । ଯୋଗ ଦିବସ ଦିନ ଦେଶର ବିଭିନ୍ନ ପ୍ରାନ୍ତରେ ଯୋଗ ଶିବିର ମାନ ଆୟୋଜନ କରାଯାଇଥାଏ । ଯୋଗ ଭଳି ଏକ ବ୍ୟାୟାମ ର ସମସ୍ତେ ଅଭ୍ୟାସ କରିବା ପାଇଁ ବହୁ ସଂଖ୍ୟାର ଲୋକମାନେ ଭାଗ ନେଇଥାନ୍ତି । କେବେଳ ଭାରତରେ ହୁଏ ତାହା ନୁହେଁ ଦେଶ ବିଦେଶ ରେ ମଧ୍ୟ ବହୁ ସଂଖ୍ୟାର ଯୋଗ ଦିବସ ଆୟୋଜକ କରାଯାଏ । ଲୋକ ମାନେ ଖୁବ ଉତ୍ସାହାର ସହ ଏଥିରେ ସାମିଲ ହୁଅନ୍ତି । ଜୁନ ୨୧ ତାରିଖେର ପାଳନ କରାଯାଉଥିବା ଅର୍ନ୍ତଜାତୀୟ ଯୋଗ ଦିବସ ପ୍ରାଚୀନ ଭାରତର ଏକ ପରାମ୍ପରା ଅଟେ । ଆମେ ଏହାକୁ ଦୈ÷ନନ୍ଦିନ ଜୀବନରେ କରିବା ଦ୍ୱାରା ଆମର ସରକାର ପରିବର୍ତ୍ତନ ଦେଖା ଦେଇଥାଏ । ଏହା କରିବା ଦ୍ୱାରା ଆମକୁ ଶାନ୍ତି ଅନୁଭୂତ ହୋଇଥାଏ । ପୁରାଣରେ ବର୍ଣ୍ଣିତ ଅଛି ଭଗବାନ ଶିବ ଏହାକୁ ଆରମ୍ଭ କରିଥିଲେ । ଚଳିତ ବର୍ଷ ପଞ୍ଚମଥର ପାଇଁ ଆର୍ନ୍ତଜାତିକ ଯୋଗ ଦିବସ ପାଳନ କରାଯାଇଛି । ସାରା ବିଶ୍ୱରେ ଯୋଗର ପ୍ରଚାର ପ୍ରସାର ପାଇଁ ୨୦୧୪ ମସିହାରୁ ଜୁନ ୨୧ ତାରିଖରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ମୁଖ୍ୟ ଯୋଗ ଉତ୍ସବ ଝାଡଖଣ୍ଡ ର ରାଜଧାନୀ ରାଞ୍ଚିରେ ପାଳନ କରାଯିବ । ଯେଉଁଠି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗ ନେବେ । ପ୍ରଭାତ ତାର ପଡିଆରେ ଆୟୋଜନ କରାଯାଇଥିବା ଏହି ଯୋଗ ଉତ୍ସବରେ ପାଖାପାଖି ୩୦ ହଜାର ଲୋକ ଅଂଶ ଗ୍ରହଣ କରିଛନ୍ତି । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହା ସହିତ ରାଜପଥ ମାର୍ଗର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ନୂଆ ଦିଲ୍ଲୀ ର ରାଜପଥ ମାର୍ଗରେ ଏହି ଦିବସ ପାଳନ କରାଯିବ । ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯିବ । ଯୋଗର ପ୍ରଚର ଓ ପ୍ରସାର ପାଇଁ ଭାରତ ସରକାର ୨୦୧୯ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି । ଗୁଜୁରାଟର ଲାଇ ପଂପଂ ମିଶନ ର ସ୍ୱାମୀ ରାଜ ଶ୍ରୀ ମୁନୀ ଓ ଏହା ମଧ୍ୟ ଗୋଟିଏ ଅନୁଷ୍ଟାନ ମନୋନୀତ ହୋଇଛି । ଇଟାଲୀର ଶ୍ରୀମତୀ ଆଣ୍ଟୋନିଟୋ ରାଜୀ ଓ ମୁଙ୍ଗେରସ୍ଥିତ ବିହାର ସ୍କୁଲ ଅଫ ଯୋଗ ଏହା ଜାପାନର ନିକେତନ କୁ ମଧ୍ୟ ଏହି ପୁରଷ୍କାର ଦିଆଯିବ । ପୁରଷ୍କାର ବାବଦରେ ୨୫ ଲକ୍ଷ ଟଙ୍କା ଓ ମାନପତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ