ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୋହନା ଥାନା ଅନ୍ତର୍ଗତ ରାଣୀଗୋମା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା.ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ. ସ୍ତ୍ରୀ ସାରୁକଲା ମଲିକଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ସାରୁକଲାଙ୍କ ଭାଇ. ସ୍ୱାମୀ.ସୂଚନା ଅନୁସାରେ ସ୍ୱାମୀ – ସ୍ତ୍ରୀ ଙ୍କ ମଧରେ ପାରିବାରିକ କଳହ ଲାଗିଥିବା ଯୋଗୁ ଗତକାଲି ଏହି କଳହ ଉଗ୍ରରୂପ ନେଇଥିଲା. ଯାହା ଫଳରେ ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ହତ୍ୟା କରିଥିଲେ. ହତ୍ୟାକାରୀ ହାଡୁ ମଲିକଙ୍କୁ ପୋଲିସ ଅଟକ ରଖି ଏ ବିଷୟରେ ଅଧିକ ପଚାରଉଚରା କରି ଅଧିକ ତଦନ୍ତ ଚଳାଇଛି.