ସ୍ତ୍ରୀ ମୃତ୍ୟୁ ପରେ ସ୍ଵାମୀ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମରେ ସ୍ତ୍ରୀ ର ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ମିଳିବା ଘଟଣାରେ ସ୍ଵାମୀ ଆଜି କୋର୍ଟ ଚାଲାଣ ହୋଇଛି। ପ୍ରାପ୍ତ ସୂଚନା ମୁତାବକ ଗ୍ରାମର ବିଶ୍ଵଜିତ ବାରିକ ଗତ ଆଷାଢ଼ ମାସରେ ଯାଜପୁର ଜିଲ୍ଲା ମୋଟରାଙ୍ଗପାଳ ଗ୍ରାମର ଶକ୍ତିମୟୀଙ୍କୁ ବିବାହ କରିଥିଲେ। ଵିଵାହ ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।ଗତ ଶନିବାର ଦିନ ସନ୍ଧ୍ୟାରେ ଶୋଇବା ଘରୁ ଶକ୍ତିମୟୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯୈାତୁକ ପାଇଁଁ ଝିଅକୁ ହତ୍ୟା କରା ଯାଇଥିଵା ଵାପ ଘର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୋଲିସ ସ୍ଵାମୀ ବିଶ୍ଵଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶଵ ବ୍ୟବଛେଦ ରିପୋର୍ଟ ଆସିବାପରେ ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ପକ୍ଷରୁ ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ