ସ୍ତ୍ରୀ ସାଜିଲା ରାକ୍ଷସୀ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମା ଥାନା ଭିତରଗଡ ଗ୍ରାମପଞ୍ଚାୟତର କାଶୀ ଗୁଡା ଗ୍ରାମରେ ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ନିଜର ଲୋକ ଲଜ୍ଜ୍ୟା ପାଇଁ ନିଜର ପ୍ରେମିକ ସହିତ ମିଶି ନିଜର ସ୍ୱାମୀଙ୍କୁ ହତ୍ୟା କରିଛି । ଏଭଳି ଘଟଣା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ଖବର ଅନୁଯାୟୀ ଗତ ୧୫ ତାରିଖ ଦିନ ସନ୍ତୋଷ ସାୱାନ୍ତକ (୨୨) ଆକସ୍ମିକ ମୃତ ହୋଇଥିବା ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟେବଛେଦ ନିମନ୍ତେ ମେଡିକାଲକୁ ପଠାଇଥିଲେ । ପୋଲିସ ତରଫରୁ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରୀ ରହିଥିଲା । ଏହା ସହ ମୃତ ସନ୍ତୋଷଙ୍କ ସ୍ତ୍ରୀ ଆଲିସା ମଧ୍ୟ ମୃତ୍ୟୁ ବରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଶବ ବେବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିଥିଲା ପୋଲିସ । ଏହି ଘଟଣାର ଦୁଇ ଦିନ ପରେ ସନ୍ତୋଷ ଙ୍କ ବାପା ତାଙ୍କ ପୁଅଙ୍କୁ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ । ଶବବେବଚ୍ଛେଦ ରିପୋର୍ଟରେ ତାଙ୍କର ତଣ୍ଟିଚିପି ହତ୍ୟା କରାଯାଇଥିବା ରିପୋର୍ଟ ଆସିଥିଲା । ପିତାଙ୍କ ଅଭିଯୋଗ ଆଧାରରେ ଓ ମେଡିକାଲ ଶବବେବଚ୍ଛେଦ ରିପୋର୍ଟ ଆଧାରରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ତାଙ୍କ ସ୍ତ୍ରୀ କୁ ଜେରା ସମୟରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟ କର ତଥ୍ୟ । ସେହିଦିନ ରାତିରେ ସ୍ତ୍ରୀ ନିଜର ପ୍ରେମିକ ସହ ଅଂସଯତ ଅବସ୍ଥାରେ ଦେଖି ସ୍ୱାମୀ ସନ୍ତୋଷ ରାଗି ଯାଇଥିଲେ । ଏହା ପରେ ସେମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହ÷ି ଘଟଣା ପରେ ରାତିରେ ସନ୍ତୋଷ ଶୋଇଥିବା ସମୟରେ ତାଙ୍କ ସ୍ତ୍ରୀ ଓ ପ୍ରେମିକ ମିଶି ସନ୍ତୋଷଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ । ଏହି ଘଟଣା ପରେ ହତ୍ୟାକୁ ଆତ୍ମହତ୍ୟାର ରୁପ ଦେବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ମେଡିକାଲ ଶବବେବଚ୍ଛେଦ ରିପୋର୍ଟ ପରେ ସତ୍ୟ ଘଟଣା ପଦାକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ