ସ୍ଥାନୀୟ ଲୋକଙ୍କୁ ପରିବହନ ,ଚାକିରି ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ଦାବି

ଯୋଡ଼ା, (ସମୀର କୁମାର ଦାସ):ଖଣି ଖାଦାନ ପରିପୂର୍ଣ୍ଣ ଜିଲ୍ଲାର ଲୋକଙ୍କ ଜୀବନ ଜୀବିକା ଏହି ଖଣି ଖାଦାନ ଉପରେ ନିର୍ଭର କରେ । ସେମାନଙ୍କ ଦୈନଦିନ ଜୀବନ ରେ ଏହାର ଭୂମିକା ଯେ ଅନେକ ଏହା ଅସ୍ବୀକାର କରି ହେବ ନାହିଁ । ସେମାନେ କାହିଁକି ଚାହିଁବେ ତାଙ୍କୁ ଦାନା ପାଣି ଦେଉଥିବା ଏହି ସଂସ୍ଥା ଗୁଡ଼ିକ ବନ୍ଦ ହେଇ ଯାଉ । ଆମେ ବି ଆଶ୍ଚର୍ଯ୍ୟ ହେଲୁ ଯେତେବେଳେ ଜାଣିଲୁ କେନ୍ଦୁଝର ଜିଲ୍ଲା ଟଣ୍ଟ ଗ୍ରାମରେ ଅବସ୍ଥିତ ନାର୍ଭେରାମ କମ୍ପାନୀ ଲିଜରେ ଥିବା ରଇଡ଼ା ଟୁ ଆଇରନ ଓର ମାଇନ୍ସ କୁ ସେହି ଟଣ୍ଟ ଗ୍ରାମ ର ଲୋକମାନେ ୧୦୦ ଦିନରୁ ଉର୍ଦ୍ଧ ହେବ ବନ୍ଦ କରି ରଖିଛନ୍ତି । ଆମ ଟିମ ଯେତେବେଳେ ଘଟଣା ସ୍ଥଳ ରେ ପହଞ୍ଚିଲେ ଆମେ ଲକ୍ଷ କଲୁ ଟଣ୍ଟ ଗ୍ରାମ ର ଚାରି ପାଞ୍ଚ ଜଣ ଲୋକ ଓ ପାଖ ଗାଁ ଭଦ୍ରସହି,ସେରେଣ୍ଡା, ଝାଡ ଗାଁ ଆଦି ଅଞ୍ଚଳ ର କିଛି ପରିବହନ କାରୀ ଙ୍କ ପ୍ରରୋଚନାରେ ବାହାର ଗାଁ ର କିଛି ଲୋକ ମଧ୍ୟ ସେଠି ଏକାଠି ହୋଇ କଂପାନୀ ର ରାସ୍ତା ଅବରୁଦ୍ଧ କରିଛନ୍ତି । ଅପର ପକ୍ଷରେ ଟଣ୍ଟ ଗ୍ରାମ ର ସହସ୍ରାଧିକ ଲୋକ ଏକାଠି ହୋଇ ଶୀଘ୍ର କମ୍ପାନୀ ରାସ୍ତାକୁ ଖୋଲିବାକୁ ନାରା ଦେଉଛନ୍ତି ।ଆମେ କିଛି ଅବରୋଧକାରୀ ନେତାଙ୍କ ସହ ଆଲୋଚନା ଭି କରିଥିଲୁ । ସେମାନଙ୍କ ଦାବି କଣ ଅଛି ବୋଲି ପଚାରି ମଧ୍ୟ ଥିଲୁ । ସ୍ଥାନୀୟ ଲୋକଙ୍କୁ ପରିବହନ ,ଚାକିରି ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ଦାବି କରିଛୁ କ୍ୟାମେରା ଆଗକୁ ନ ଆସି କହିଥିଲେ । ଯେତେବେଳେ କମ୍ପାନୀ ସମସ୍ତ ଦାବି ମାନି ନେଇଛି ଆଉ ଆପଣ ମାନେ ଟନ ପିଛା କୋଡ଼ିଏ ଟଙ୍କା ଦାବି କରି ପରିବହନ କରେଇ ଦେଉ ନାହାନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି ତାର ସତ୍ୟତା କଣ ଅଛି ବୋଲି ପଚରିବାରୁ ସେମାନେ ଚୁପ୍ ରହିଥିଲେ । ସ୍ଥାନୀୟ ଅଞ୍ଚଳ ର ଅନେକ ଲୋକ ସେଠାରେ ନିଯୁକ୍ତି ପାଇଛନ୍ତି ଓ ସି ଏସ ଆର ରେ ପାଣି ରାସ୍ତା ଶିକ୍ଷା ଓ ମହିଳା ମାନଙ୍କୁ ଅନେକ ରୋଜଗାର ଉପାର୍ଜନ କାରୀ ପ୍ରଶିକ୍ଷଣ କରିଛନ୍ତି ଯାହା ପାଖ ଅଞ୍ଚଳ ରେ ଅନେକ ବଡ ବଡ କମ୍ପାନୀ ମଧ୍ୟ କରି ନାହାନ୍ତି ବୋଲି ଆମର ହୃଦୟ ଙ୍ଗମ୍ ହେଲା । ସ୍ଥାନୀୟ ଲୋକଙ୍କୁ ପରିବହନ ଦେଇଛନ୍ତି କି ନାହିଁ ଆମେ କମ୍ପାନୀ ଠୁ ସେମାନଙ୍କର କାଗଜ ଦେଖିବାକୁ ଚାହିଁଲୁ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଦୁଇଟି ସାଙ୍ଘାତିକ ତଥ୍ୟ ସାମନାକୁ ଆସିଲା । ଅର୍ଜୁନ ସାଣ୍ଡିଲ୍ ଯେ କି ଏହି ଧର୍ମଘଟ ର ମୁଖ୍ୟ ପୁରୋଧା ସେ ଅନ୍ୟ ବାହାର ର ସଂସ୍ଥା ଏସ ଆର ଟ୍ରାନ୍ସପୋର୍ଟର କୁ କେଉଁ ସ୍ୱାର୍ଥରେ ଆପୀଡାଭିଟ ଦେଇ ଟ୍ରାନ୍ସପୋର୍ଟ କରିବାକୁ ଦେଇଛନ୍ତି ଯାହା ଆମକୁ ଖୁବ୍ ଆଶ୍ଚର୍ୟ୍ଯ କରିଲା । ସ୍ଥାନୀୟ ଲୋକଙ୍କୁ ପରିବହନ ଦାବି କରୁଥିବା ଏହି ବ୍ୟକ୍ତି କେଉଁ ସ୍ୱାର୍ଥରେ ତାଙ୍କୁ ଆଣି ପରିବହନ କରାଉଛନ୍ତି ତାହା ଆମକୁ ଖୁବ୍ ଆଶ୍ଚର୍ଯ୍ୟ କରିଛି ।ଠିକ୍ ସେହିଭଳି ଆଉ ଜଣେ ସ୍ଥାନୀୟ ଅର୍ଥାତ୍ ଟଣ୍ଟ ଗ୍ରାମରେ ଟଣ୍ଟ ଡେଭଲପମେଣ୍ଟ କମିଟି କରି ଜନୈକ ଲୋକଙ୍କ ନାଁରେ ପଇସା ନେଇ ଲୋକଙ୍କୁ କିଛି ବି ଦେଇନି ବୋଲି କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଧର୍ମଘଟ ସମ୍ପୂର୍ଣ ଭାବରେ ଅନୈତିକ ଇଚ୍ଛା , ଅନୈତିକ ଦାବି ଓ ଅନେତିକ ଭାବରେ ଚଳୁଛି ବୋଲି ଆମର ହୃଦୟଙ୍ଗମ ହେଲା । ସରକାର ଓ ପ୍ରଶାସନ କିଭଳି କିଛି ପଦକ୍ଷେପ ନେଇ ପାରୁନି ବୋଲି ଆମକୁ ଆଶ୍ଚର୍ୟ୍ଯ ଲାଗୁଛି ।ଖଣି ଖାଦାନ ପରିପୂର୍ଣ୍ଣ ଜିଲ୍ଲାର ଲୋକଙ୍କ ଜୀବନ ଜୀବିକା ଏହି ଖଣି ଖାଦାନ ଉପରେ ନିର୍ଭର କରେ । ସେମାନଙ୍କ ଦୈନଦିନ ଜୀବନ ରେ ଏହାର ଭୂମିକା ଯେ ଅନେକ ଏହା ଅସ୍ବୀକାର କରି ହେବ ନାହିଁ । ସେମାନେ କାହିଁକି ଚାହିଁବେ ତାଙ୍କୁ ଦାନା ପାଣି ଦେଉଥିବା ଏହି ସଂସ୍ଥା ଗୁଡ଼ିକ ବନ୍ଦ ହେଇ ଯାଉ । ଆମେ ବି ଆଶ୍ଚର୍ଯ୍ୟ ହେଲୁ ଯେତେବେଳେ ଜାଣିଲୁ କେନ୍ଦୁଝର ଜିଲ୍ଲା ଟଣ୍ଟ ଗ୍ରାମରେ ଅବସ୍ଥିତ ନାର୍ଭେରାମ କମ୍ପାନୀ ଲିଜରେ ଥିବା ରଇଡ଼ା ଟୁ ଆଇରନ ଓର ମାଇନ୍ସ କୁ ସେହି ଟଣ୍ଟ ଗ୍ରାମ ର ଲୋକମାନେ 100ଦିନରୁ ଉର୍ଦ୍ଧ ହେବ ବନ୍ଦ କରି ରଖିଛନ୍ତି । ଆମ ଟିମ ଯେତେବେଳେ ଘଟଣା ସ୍ଥଳ ରେ ପହଞ୍ଚିଲେ ଆମେ ଲକ୍ଷ କଲୁ ଟଣ୍ଟ ଗ୍ରାମ ର ଚାରି ପାଞ୍ଚ ଜଣ ଲୋକ ଓ ପାଖ ଗାଁ ଭଦ୍ରସହି,ସେରେଣ୍ଡା, ଝାଡ ଗାଁ ଆଦି ଅଞ୍ଚଳ ର କିଛି ପରିବହନ କାରୀ ଙ୍କ ପ୍ରରୋଚନାରେ ବାହାର ଗାଁ ର କିଛି ଲୋକ ମଧ୍ୟ ସେଠି ଏକାଠି ହୋଇ କଂପାନୀ ର ରାସ୍ତା ଅବରୁଦ୍ଧ କରିଛନ୍ତି । ଅପର ପକ୍ଷରେ ଟଣ୍ଟ ଗ୍ରାମ ର ସହସ୍ରାଧିକ ଲୋକ ଏକାଠି ହୋଇ ଶୀଘ୍ର କମ୍ପାନୀ ରାସ୍ତାକୁ ଖୋଲିବାକୁ ନାରା ଦେଉଛନ୍ତି ।ଆମେ କିଛି ଅବରୋଧକାରୀ ନେତାଙ୍କ ସହ ଆଲୋଚନା ଭି କରିଥିଲୁ । ସେମାନଙ୍କ ଦାବି କଣ ଅଛି ବୋଲି ପଚାରି ମଧ୍ୟ ଥିଲୁ । ସ୍ଥାନୀୟ ଲୋକଙ୍କୁ ପରିବହନ ,ଚାକିରି ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ଦାବି କରିଛୁ କ୍ୟାମେରା ଆଗକୁ ନ ଆସି କହିଥିଲେ । ଯେତେବେଳେ କମ୍ପାନୀ ସମସ୍ତ ଦାବି ମାନି ନେଇଛି ଆଉ ଆପଣ ମାନେ ଟନ ପିଛା କୋଡ଼ିଏ ଟଙ୍କା ଦାବି କରି ପରିବହନ କରେଇ ଦେଉ ନାହାନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି ତାର ସତ୍ୟତା କଣ ଅଛି ବୋଲି ପଚରିବାରୁ ସେମାନେ ଚୁପ୍ ରହିଥିଲେ । ସ୍ଥାନୀୟ ଅଞ୍ଚଳ ର ଅନେକ ଲୋକ ସେଠାରେ ନିଯୁକ୍ତି ପାଇଛନ୍ତି ଓ ସି ଏସ ଆର ରେ ପାଣି ରାସ୍ତା ଶିକ୍ଷା ଓ ମହିଳା ମାନଙ୍କୁ ଅନେକ ରୋଜଗାର ଉପାର୍ଜନ କାରୀ ପ୍ରଶିକ୍ଷଣ କରିଛନ୍ତି ଯାହା ପାଖ ଅଞ୍ଚଳ ରେ ଅନେକ ବଡ ବଡ କମ୍ପାନୀ ମଧ୍ୟ କରି ନାହାନ୍ତି ବୋଲି ଆମର ହୃଦୟ ଙ୍ଗମ୍ ହେଲା । ସ୍ଥାନୀୟ ଲୋକଙ୍କୁ ପରିବହନ ଦେଇଛନ୍ତି କି ନାହିଁ ଆମେ କମ୍ପାନୀ ଠୁ ସେମାନଙ୍କର କାଗଜ ଦେଖିବାକୁ ଚାହିଁଲୁ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଦୁଇଟି ସାଙ୍ଘାତିକ ତଥ୍ୟ ସାମନାକୁ ଆସିଲା । ଅର୍ଜୁନ ସାଣ୍ଡିଲ୍ ଯେ କି ଏହି ଧର୍ମଘଟ ର ମୁଖ୍ୟ ପୁରୋଧା ସେ ଅନ୍ୟ ବାହାର ର ସଂସ୍ଥା ଏସ ଆର ଟ୍ରାନ୍ସପୋର୍ଟର କୁ କେଉଁ ସ୍ୱାର୍ଥରେ ଆପୀଡାଭିଟ ଦେଇ ଟ୍ରାନ୍ସପୋର୍ଟ କରିବାକୁ ଦେଇଛନ୍ତି ଯାହା ଆମକୁ ଖୁବ୍ ଆଶ୍ଚର୍ୟ୍ଯ କରିଲା । ସ୍ଥାନୀୟ ଲୋକଙ୍କୁ ପରିବହନ ଦାବି କରୁଥିବା ଏହି ବ୍ୟକ୍ତି କେଉଁ ସ୍ୱାର୍ଥରେ ତାଙ୍କୁ ଆଣି ପରିବହନ କରାଉଛନ୍ତି ତାହା ଆମକୁ ଖୁବ୍ ଆଶ୍ଚର୍ଯ୍ୟ କରିଛି ।ଠିକ୍ ସେହିଭଳି ଆଉ ଜଣେ ସ୍ଥାନୀୟ ଅର୍ଥାତ୍ ଟଣ୍ଟ ଗ୍ରାମରେ ଟଣ୍ଟ ଡେଭଲପମେଣ୍ଟ କମିଟି କରି ଜନୈକ ଲୋକଙ୍କ ନାଁରେ ପଇସା ନେଇ ଲୋକଙ୍କୁ କିଛି ବି ଦେଇନି ବୋଲି କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଧର୍ମଘଟ ସମ୍ପୂର୍ଣ ଭାବରେ ଅନୈତିକ ଇଚ୍ଛା , ଅନୈତିକ ଦାବି ଓ ଅନେତିକ ଭାବରେ ଚଳୁଛି ବୋଲି ଆମର ହୃଦୟଙ୍ଗମ ହେଲା । ସରକାର ଓ ପ୍ରଶାସନ କିଭଳି କିଛି ପଦକ୍ଷେପ ନେଇ ପାରୁନି ବୋଲି ଆମକୁ ଆଶ୍ଚର୍ୟ୍ଯ ଲାଗୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ