ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ମୃତ ଶ୍ରମିକଙ୍କ ପରିବାର
ଯୋଡା:(ଯୁଗାବ୍ଦ ନ୍ୟୁଜ୍) : ବିଲେଇପଦା ସ୍ଥିତ ଟାଟାସ୍ପଞ୍ଜ କାରଖାନାରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ଘଟିଥିବା ଶ୍ରମିକ ମହାନ୍ତି କାରୁଆଙ୍କ ପରିବାର କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୧୦୦ ଦିନରୁ ଉର୍ଦ୍ଧ ଧରି ଧାରଣାରେ ବସିଥିଲେ ମଧ୍ୟ କମ୍ପାନୀ କତୃପକ୍ଷ ଶୁଣୁ ନାହାନ୍ତି କି ଏ ଦିଗରେ ପ୍ରଶାସନ କୌଣସି ସମାଧାନ ର ସୂତ୍ର ବାହାର କରୁ ନାହିଁ । ଯାହାଫଳରେ କି ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ଗତକାଲି ଯୋଡା ପୌରପାଳିକା ସଭା ଗୃହ ଠାରେ ଏକ କାର୍ଯ୍ୟକ୍ରମରେ ଆସିଥିବା ସମୟରେ ଜିଲ୍ଲାପାଳ ଆଶିଷ ଠାକ୍ରେ ଙ୍କୁ ଭେଟି ସେମାନଙ୍କର ଦୁଃଖ ଜଣାଇଛନ୍ତି । ମୃତ ମହାନ୍ତି କାରୁଆଙ୍କ ପତ୍ନୀ ବିଳାସୀ କାରୁଆ ଓ ତାଙ୍କ ପୁତ୍ର ଜିଲ୍ଲାପାଳଙ୍କୁ କିପରି କମ୍ପାନୀରେ ସ୍ଥାୟୀ ନିଯୁକ୍ତି ମିଳିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକ୍ରେ ବିଳାସୀ କାରୁଆ ଓ ତାଙ୍କ ପୁତ୍ରକୁ ପ୍ରତିଶୃତି ଦେଇ କହିିଥିଲେ ଯେ, ଏକ ତାରିଖ ନିର୍ଦ୍ଧାରିତ କରି କମ୍ପାନୀର ଅଧିକାରୀଙ୍କ ଉପସ୍ଥିତିରେ ଏହାର ସ୍ଥାୟୀ ସମାଧାନ କରିବେ ବୋଲି ଜିଲାପାଳ ଠାକରେ କହିଥିଲେ । ଏହି ଧାରଣା ୧୦୦ ଦିନ ପୁରି ଯାଇଥିଲେ ହେଁ ପ୍ରଶାସନର ନିଦ ଭାଙ୍ଗୁ ନଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ମୃତ ମହାନ୍ତି କାରୁଆଙ୍କ ପତ୍ନୀ ବିଳାସୀ କାରୁଆ ଓ ତାଙ୍କ ପୁତ୍ର ସଭାକୁ ଆସିଥିବା କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କୁ ମଧ୍ୟ ନିଜ ଦାବି ସମ୍ପର୍କରେ ଜଣାଇଥିଲେ ।