ସ୍ନାତକ ମହିଳା ମହାବିଦ୍ୟାଳୟରେ ଯୁବସଂସ୍କାର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦୟାଳୟ ପରିସରରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରାରମ୍ଭ କରାଯାଇଥିବା “ଯୁବ ସଂସ୍କାର କାର୍ଯ୍ୟକ୍ରମ”ର ଶୁଭାରମ୍ଭ ହୋଇଯାଇଛି । ମହାବିଦୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ମହିଳା ମହାବିଦୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ଡ. ଶଙ୍କର ପ୍ରସାଦ ବକ୍ସି ଯୋଗଦେଇଥିଲେ । ମୁଖ୍ୟ ଅତିଥି ଡ. ବକ୍ସି ଯୁବ ସଂସ୍କାରରର ଆକ୍ଷରିକ ଅର୍ଥ ବୁଝାଇବା ସହ ସଂସ୍କାର ଶିକ୍ଷଣର ମୂଳ ଉତ୍ସ ପରିବାର ଓ ପରେ ଶିକ୍ଷାନୁଷ୍ଠାନ ବୋଲି କହିଥିଲେ । ଉଭୟ ପିତାମାତା ଓ ଗୁରଙ୍କ ପାଖରୁ ଯୁବପୀଢି ନୈତିକ ତଥା ମୂଲ୍ୟବୋଧ କୈନ୍ଦ୍ରିକ ସଂସ୍କାର ସହିତ ଜାତୀୟତା ଓ ଧାର୍ମିକ ପ୍ରେମରେ କିପରି ଉଦ୍‌ବୁଦ୍ଧ ହେବେ ତାହା ପ୍ରକାଶ କରିଥିଲେ । ଏଥି ସହିତ ଆଧୁନିକ ପ୍ରଯୁକ୍ତି ବିଦ୍ୟାଯୁଗରେ ଛାତ୍ରଛାତ୍ରୀମାନଙ୍କର ବେଶପୋଷାକ, ଆଚାରବ୍ୟବହାର, ଚାଲିଚଳନି ସମେତ ବୃତ୍ତିଗତ ସଂସ୍କାର ଆଣି ଶୁଙ୍ଖଳିତ ହେବା ଆବଶ୍ୟକ ବୋଲି ଉପଦେଶ ଛଳରେ କହିଥିଲେ । ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଛାତ୍ରୀମାନେ ନିଜେ ସଂସ୍କାରିତ ହେଲେ ଆଗାମୀ ବଂଶଧରମାନଙ୍କୁ ଏକ ସୁସ୍ଥ ସମାଜଗଠନ କରିବାରେ ସହାୟକ ହୋଇପାରିବେ ବୋଲି ଉଦ୍‌ବୋଧନ ଦେଇଥିଲେ । ଏଥି ସହିତ ଶୃହ୍‌ଖଳିତ ଓ ସଂସ୍କାରିକ ସମାଜ ବୈଦିକ ସଭ୍ୟତାର ପରିଚୟ ବୋଲି ଅଧ୍ୟକ୍ଷା ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ମହାବିଦ୍ୟାଳୟର ଏନ୍‌.ଏସ୍‌.ଏସ୍‌. ଅଧିକାରିଣୀ ଡ.ଭାରତୀ ପାଣିଗ୍ରାହୀ ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର, ଆତ୍ମୀ ଶୁଦ୍ଧି କରଣରେ ସମାଜରେ ମାନବତାର ନିଦର୍ଶନ ପ୍ରଦାନ ହିଁ ସମାଜରେ ସଂସ୍କାର ଆସିପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, କର୍ମାଚୀର ତଥା ଛାତ୍ରୀମାନେ ଯୋଗଦେଇଥିବା ବେଳେ ରାଜେଶ ପାତ୍ର, ଏଲ୍‌.ଅଶୋକ, ଲାଲି ଖଡଗରାୟ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ