ସ୍ନାନବେଳେ ଦିଅନ୍ତୁ ଧ୍ୟାନ
ସବୁଦିନ ଗାଧୋଇବା ଦେହ ପାଇଁ ଲାଭଦାୟକ । ଗାଧୋଇବାର କିଛି ବିଧି ବ୍ୟବସ୍ଥା ରହିଛି । ଯାହା ଜଣକୁ ସୁସ୍ଥ ରଖିଥାଏ । ହେଲେ କିଛି ଲୋକ ଗାଧୋଇବା ବେଳେ ଭୁଲ କରିଥାନ୍ତି । ଯାହା ସେମାନଙ୍କ ଶରୀର ସୌନ୍ଦର୍ଯ୍ୟତାକୁ କ୍ଷତି ପହଞ୍ଚାଇଥାଏ । ଆସନ୍ତୁ ଜାଣିବା ଗାଧୋଇବାବେଳେ କ’ଣ ଭୁଲ ହୋଇଥାଏ । ଗରମ ପାଣିରେ ଗାଧୋଇଲେ ଦେହକୁ ଆରାମ ଲାଗିଥାଏ । କିଛି ଲୋକ ନିୟମିତ ଗରମ ପାଣିରେ ଗାଧୋଇଥାନ୍ତି । ଧାରଣା ଥାଏ ଏହା ଦ୍ୱାରା ସେମାନଙ୍କ ମସଲକୁ ଆରାମ ମିଳିଥାଏ । ହେଲେ ଗରମ ପାଣିରେ ଗାଧୋଇଲେ ସ୍କିନରେ ଥିବା ଜରୁରୀ ତୈଳ ଅଂଶ ନଷ୍ଟ ହୋଇଯାଇଥାଏ । ଯାହା ସ୍କିନକୁ ଶୁଷ୍କ କରିଦେଇଥାଏ । ବେଳେ ବେଳେ ସ୍କିନ କୁଣ୍ଡାଇ ହୋଇଥାଏ ।ଗାଧୋଇବା ବେଳେ ପାଣିରେ ବେଶି ସମୟ ରହିବାକୁ କିଛି ଲୋକ ଭଲ ପାଇଥାନ୍ତି । ହେଲେ ଏହା ଶରୀର ପାଇଁ ଆଦୌ ଭଲ ନୁହେଁ । ବେଶି ସମୟ ପାଣିରେ ରହିଲେ ଆପଣଙ୍କ ସ୍କିନରେ ଥିବା ମଶ୍ଚର ନଷ୍ଟ ହୋଇଯାଇଥାଏ । ଗାଧୋଇବା ବେଳେ ୧୦ ମିନିଟ୍ରୁ ଅଧିକ ଯେମିତି ପାଣିରେ ନ ରହିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
କିଛି ଲୋକ ଗାଧୋଇବା ବେଳେ ସୁବାସିତ ସାବୁନ ବ୍ୟବହାର କରିଥାନ୍ତି । ତେବେ ବଜାରରେ ମିଳୁଥିବା ଏହି ଧରଣର ପ୍ରାୟ ସବୁ ସାବୁନରେ ନିୟମିତ ସ୍କିନକୁ ଡ୍ରାଏ କରିଦେଇଥାଏ । ତେଣୁ ଗାଧୋଇବା ପାଇଁ ଆପଣ କେଉଁ ପ୍ରକାର ସାବୁନ ବ୍ୟବହାର କରିବେ ସେ ନେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।ଗାଧୋଇବା ବେଳେ ବାଳକୁ ଭଲ ଭାବେ ଧୋଇ ନିଅନ୍ତୁ । ଏହାସହ ଯଦି ସାବୁନ ଫେଣ ଆପଣଙ୍କ ପାଟିରେ ପଶିଯାଉଛି ତେବେ ଭଲ ଭାବେ କୁଳି କରନ୍ତୁ । ଏହା ଦ୍ୱାରା ଆପଣ ସୁସ୍ଥ ରହିବେ । ସେହିପରି ଦେହରେ ଘସୁଥିବା ବ୍ରସକୁ ନିୟମିତ ବ୍ୟବଧାନରେ ବଦଳାନ୍ତୁ ।