ସ୍ନେହାଙ୍ଗିନୀ ଛୁରିଆଙ୍କ ତିର୍ତୋଲ ଗସ୍ତ,ରାଜନୀତି ଚଳଚଞ୍ଚଳ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଆଜି ମଧ୍ୟାହ୍ନ ସମୟରେ ତିର୍ତୋଲ ଶାରଳାରୋଡ ସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଆଗକୁ ଆସୁଥିବା ଉପନିର୍ବାଚନ କୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହିତ କରିବା ସହ କିଭଳି ଦଳର ଭୋଟ ହାର ବୃଦ୍ଧି ପାଇବ ଏବଂ ପ୍ରତିଦ୍ବନ୍ଦୀ ଦଳକୁ ପଛରେ ପକାଇ ବିଜୁଜନତା ଦଳ କିଭଳି ବିଜୟ ର ବାନା ଉଡାଇବ ସେ ନେଇ ଦଳର ସଭାପତି ଙ୍କ ନିର୍ଦେଶରେ , ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ସେଠାରେ ତାଙ୍କୁ ତିର୍ତୋଲ ବିଜେଡି କର୍ମୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରିଥିଲେ l ଉପ ନିର୍ବାଚନ ରେ ଶ୍ରୀମତୀ ଛୁରିଆ ଙ୍କୁ ଇବ୍ରିସିଂ , ଗରାମ , ତୁଳଙ୍ଗ ର ନିର୍ବାଚନୀ ପରିଚାଳନା ଦାୟିତ୍ୱ ମିଳିଥିଲା ବେଳେ, ଏହି ପଞ୍ଚାୟତର କର୍ମୀଙ୍କୁ ଭେଟି ଆଲୋଚନା କରିଥିଲେ l ଏହି ସଭାରେ ତୁଳଙ୍ଗ ଗ୍ରାମର ଶ୍ରୀକାନ୍ତ ମହାନ୍ତି , ନରେଶ ସ୍ୱାଇଁ , ପବିତ୍ର ବିଶ୍ୱାଳ ସେହିପରି ଇବ୍ରିସିଂ ପଞ୍ଚାୟତର ପୂର୍ବତନ ଜିଲ୍ଲା ପରିଷଦ ପ୍ରସନ ମଲ୍ଲିକ , ରଞ୍ଜନ ବିଶ୍ୱାଳ , ସୁକାନ୍ତ ଦାଶ , ଏବଂ ଆତ୍ମା କମିଟିର ଅଧକ୍ଷ ତଥା ବିସନପୁର ସରପଞ୍ଚ ବସନ୍ତ ମହାପାତ୍ର ,ମନୋଜ ମହାନ୍ତି ,ବିମଳ ମହାପାତ୍ର , ଦେବୀପ୍ରସାଦ ମହାପାତ୍ର, ରମେଶ ରାଉଳ, ଲୋଟନ ସ୍ୱାଇଁ , ଜ୍ଞାନ କେତନ ସିଂ, ଅମରେଶ ମହାପାତ୍ର, ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l