ସ୍ପତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷଙ୍କୁ ଭେଟିଲେ କେ ବାଲିପାଳ ପଞ୍ଚାୟତବାସୀ

ହାଟଡିହିି, (ବିକାଶ ବିଶ୍ୱାଳ):ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କୁ ଭେଟି କେ ବାଲିପାଳ ପଞ୍ଚାୟତର ଲୋକମାନଙ୍କ ସମସ୍ୟା ଜଣାଇଛନ୍ତି ପଞ୍ଚାୟତବାସୀ । ଆଜି ସନ୍ଧ୍ୟାରେ ହାଟଡିହି ଗ୍ରସ୍ଥରେ ଆସିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କୁ କେ ବାଲିପାଳ ପଞ୍ଚାୟତର ବୁଦ୍ଧିରାମ ପୁର୍ତ୍ତୀ, ପ୍ରଫୁଲ କୁମାର ନାୟକ, ପାଣ୍ଡବ ନାଇକ, ଶ୍ରୀରାମ ନାଇକ, ରଘୁନାଥ ନାଇକ, ଲକ୍ଷ୍ମୀଧର ବଉଳପାଳିଆ, ପରମେଶ୍ୱର ପ୍ରଧାନଙ୍କ ସମେତ ଅନେକ ଗ୍ରାମବାସୀ ଭେଟି କେ ବାଲିପାଳ ପଞ୍ଚାୟତର ମଲ୍ଲିପସି, ସରମୁଣ୍ଡି, କଅଁଳେଇବାଲିପାଳ, ମୟୁରନଚା, ଭଅଁରା ଆଦି ଗ୍ରାମକୁ ରାଜସ୍ୱଗ୍ରାମର ମାନ୍ୟତା ଦେବାପାଇଁ ନିବେଦନ କରିଥିଲେ । ବିଶେଷକରି ଏହିସବୁ ଗ୍ରାମ ଗୁଡିକର ନାମ ଜଳସେଚନ ବିଭାଗ ଅଧିନରେ ରହିଥିବାବେଳେ ଜମିଜମା, ଘରଦ୍ୱାର ସବୁ ଜଳସେଚନ ବିଭାଗର ସୀମା ବାହାରେ ରହିଛି । ପୁରୁଣା ନାମ ଅନୁସାରେ ଗ୍ରାମ ଗୁଡିକର ନାମକରଣ ହୋଇଥିବାରୁ ରାଜସ୍ୱ ବିଭାଗ ତଥ୍ୟରେ ଜଳସେଚନ ବିଭାଗର ବୋଲି ଉଲେଖ ଥିବାରୁ ନ୍ୟାୟ ମିଳିପାରୁନି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ସେମାନେ ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେବି କିଛି ସୁଫଳ ମିଳୁନଥିବାରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରି ଜଂଗଲ ବିଭାଗ, ଜଳସମ୍ପଦ ବିଭାଗ ଓ ରାଜସ୍ୱ ବିଭାଗ ଦ୍ୱାରା ମିଳିତ ତଦନ୍ତ କରାଯାଇ ତୁରନ୍ତ ପୁରାତନ ଜନବସତି ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ