ସ୍ପେସାଲ ସ୍କ୍ୱାର୍ଡ ଦ୍ୱାରା ସଢ଼ା ଛକରୁ ମଦ ଜବଦ, ଦୁଇ ଗିରଫ
ହାଟଡ଼ିହି : ରାମଚନ୍ଦ୍ରପୁର ଥାନା ଏସ.ଆଇ ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ଗଠିତ ସ୍ପେସାଲ ସ୍କ୍ୱାର୍ଡ ଦ୍ୱାରା ସଢ଼ାଛକରୁ ବିଦେଶୀ ମଦ ଜବଦ କରାଯାଇଥିବାବେଳେ ଦୁଇଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୁଚନା ଅନୁସାରେ ସଢ଼ାଛକରେ କିଛି ଦୋକାନୀ ଚୋରାରେ ବିଦେଶୀ ଓ ଦେଶୀ ମଦ ବିକ୍ରୀ କରୁଥିବାରୁ ଏଠାରେ ଅନେକ ସମୟରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ମାତ୍ର ସୋସୋ ପୁଲିସ କି ଅବକାରୀ ବିଭାଗ କେହିବି ଅଭିଯୋଗପ୍ରତି ଗୁରୁତ୍ୱ ଦେଉ ନଥିଲେ । ଗତକାଲି ରାତିରେ ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାର୍ଡ ସଢ଼ା ଛକରେ ଦୁଇଟି ଦୋକାନରେ ଚଢ଼ାଉକରି ୧୨ବୋତଲ ବିଦେଶୀ ମଦ ଜବଦ କରିଥିଲା । ଚୋରା ମଦ କାରବାର ଘଟଣାରେ ସଂପୃକ୍ତ ଥିବା ଦୁଇଜଣଙ୍କୁ ଧରି ସୋସୋ ପୁଲିସ ଜିମା ଦେଇଥିଲେ । ନନ୍ଦିପଦା ଓ ସୋସୋ ଥାନା ଅଞ୍ଚଳରେ ଶହଶହ ଚୋରା ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିଥିବାବେଳେ ନନ୍ଦିପଦା ଓ ସୋସୋ ପୁଲିସ କିପରି ଜାଣି ପାରୁନି କିମ୍ବା ଜାଣି ଚୁପ ରହୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚୋରା ମଦ କାରବାରକୁ ବନ୍ଦ କରିବାପାଇଁ ବିଶ୍ୱଜିତ ବେହେରାଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।