ସ୍ବଚ୍ଛ ଭାରତ ଅଭିଯାନ
ବାଲେଶ୍ୱର, (ସରୋଜ ପଣ୍ଡା):ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ବାନ କ୍ରମେ ଆଜି ସମଗ୍ର ଦେଶରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ଯକ୍ରମ ଆୟୋଜିତ ହେଉଅଛି। ସ୍ବାଧୀନତାର ଅମୃତ କାଳରେ ସ୍ୱର୍ଗୀୟ ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ନଗର ବିଜେପି ପକ୍ଷରୁ ଏକ ବୃହତ୍ ସଫେଇ ଅଭିଯାନ ଭାସ୍କରଗଞ୍ଜ ରେଲଓ୍ବେ କଲୋନୀରେ କରାଯାଇଥିଲା। ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପସଭାପତି କମଳଲୋଚନ ଦାସ, ମହିଳା ନେତ୍ରୀ ସୁଷମା ବିଶ୍ବାଳ, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ମମତା ମହାପାତ୍ର, କଳ୍ପଲତା ବେହେରା, ଦୀପାଲୀ ମହାନ୍ତି, କିଷ୍ଣା ସାହୁ, ପାର୍ବତୀ ମୁର୍ମୁ, ଆରିକମା ହାଁସଦା, ଜି ଦେବୀ, ପି ଭବାନୀ, ଏମ ପାର୍ବତୀ, ଛବି ଜେନା, ମାଳତୀ ମୁର୍ମୁ, ସୁଲୀ ହାଁସଦା, ଜିତୁ, ସୁବାସ ହାଁସଦା, ଚନ୍ଦନ ଦାସ, ରମେଶ ଦାସ, ଜି ଲକ୍ଷ୍ମୀ ଓ ପ୍ରଣୀତା ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କଲୋନୀର ସମସ୍ତ ରାସ୍ତାଘାଟ ସଫେଇ କରିବା ପରେ ସ୍ବେଛାସେବୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ସ୍ବଚ୍ଛତା ବିଷୟରେ ବୁଝାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସ୍ବଚ୍ଛ ପରିବେଶ ସୁସ୍ଥ ପରିବେଶ ବିଷୟରେ କହିଥିଲେ।