ସ୍ବତନ୍ତ୍ର ଟ୍ରେନକୁ ସମାଲୋଚନା କଲେ ମମତା

କୋଲକାତା : କେନ୍ଦ୍ର ଉପରେ ପୁଣି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ କରି ଶ୍ରମିକ ସ୍ୱତନ୍ତ୍ର ଟ୍ରେନକୁ ନେଇ ସେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ରେଳ ମନ୍ତ୍ରଣାଳୟ ମନଇଚ୍ଛା ଏହି ଟ୍ରେନ ଚଳାଉଛି । ଏହା ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ବିଜେପି ମୋତେ ହଇରାଣ କରିପାରିବ । ହେଲେ ରାଜ୍ୟକୁ କାହିଁକି କ୍ଷତି ପହଞ୍ଚାଉଛି ବୋଲି ମମତା ପ୍ରଶ୍ନ କରିଛନ୍ତି । ଶ୍ରମିକ ଟ୍ରେନରେ କାହିଁକି ଲୋକଙ୍କୁ ପଠାଯାଉଛି ? ୨ ଲକ୍ଷ ପ୍ରବାସୀଙ୍କର ଯାଞ୍ଚ କରିବାରେ କେନ୍ଦ୍ର ସାହାଯ୍ୟ କରିବକି ବୋଲି ସେ ପ୍ରଶ୍ନ କରିଛନ୍ତି। ମମତା କହିଛନ୍ତି ଯେ, କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ଖାଲି କରି ବଙ୍ଗଳାରେ କରୋନା ବୃଦ୍ଧି କରୁଛନ୍ତି । ପଶ୍ଚିମବଙ୍ଗକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୧ଟି ଟ୍ରେନ ଆସୁଛି । ଆହୁରି ୧୭ ଟ୍ରେନ ବି ଆସିବ । ବିଜେପି ମୋତେ ରାଜନୈତିକ ରୂପରେ ହଇରାଣ କରିପାରିବ । କିନ୍ତୁ ସେମାନେ ରାଜ୍ୟକୁ କାହିଁକି କ୍ଷତି ପହଁଚାଉଛନ୍ତି । ରେଳ ମନ୍ତ୍ରଣାଳୟ ନିଜର ଦାୟିତ୍ୱ ନିର୍ବାହ କରୁନାହିଁ ବୋଲି ମମତା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ