ସ୍ବର୍ଗତ ଧର୍ମେନ୍ଦ୍ର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତ ଧର୍ମେନ୍ଦ୍ର ସାହୁ ଙ୍କ ପାଇଁ ନିମାପଡ଼ା ନିର୍ବାଚନମଣ୍ଡଳୀ ବିଜେଡ଼ି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଗୋପ ବ୍ଲକ ଆଖଣ୍ଡଳେଶ୍ୱର ଶୈବ ପୀଠ ପରିସର ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଗୋପ ବ୍ଲକ ବିଜେଡ଼ି ସଭାପତି ମଧୁସୂଦନ ପାଇକରାୟ ସଭାପତିତ୍ବ କରିଥିବା ବେଳେ ନିମାପଡ଼ା ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ନିମାପଡା ନଗର ବିଜେଡ଼ି ସଭାପତି ଜୀବନାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ସ୍ବର୍ଗତ ସାହୁ ଙ୍କ ଭାଇ ପ୍ରମୋଦ ସାହୁ, ସାଂସଦ ଙ୍କ ପ୍ରତିନିଧି ସୁକାନ୍ତ ମହାନ୍ତି, ନିରଞ୍ଜନ ଶଗଡ଼ିଆ, ପ୍ରହଲ୍ଲାଦ ସ୍ଵାଇଁ, ବିଭୂତି ଭୂଷଣ ସାହୁ, ଅକ୍ଷୟ ନିସଙ୍କ, କରୁଣାକର ସାହୁ, ଅକ୍ଷୟ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁ ଙ୍କ ସ୍ମୃତି ଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ପରେ ସ୍ୱର୍ଗତ ସାହୁ ଙ୍କ ବଡ଼ ଭାଇ ପ୍ରମୋଦ ସାହୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ ଯେ,ତାଙ୍କ ସ୍ୱର୍ଗତ ଭାଇ ଙ୍କ ସମ୍ପର୍କ ରେ ୟାଡୁସ୍ୟାଡୁ ଖବର ପ୍ରକାଶ ନ କରନ୍ତୁ। ପୋଲିସ ଘଟଣା ର ତଦନ୍ତ କରୁଛି। ସମସ୍ତେ ପୋଲିସ ତଦନ୍ତ ର ଫଳାଫଳ କୁ ଅପେକ୍ଷା କରିବା ଉଚିତ। ଅପର ପକ୍ଷରେ ମନ୍ତ୍ରୀ ଶ୍ରୀ ଦାଶ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଯେ, ସ୍ୱର୍ଗତ ସାହୁ ଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ନାହିଁ। ବିରୋଧୀ ଦଳ ପକ୍ଷରୁ କରାଯାଉଥିବା ପ୍ରଚାର କେବଳ ରାଜନୈତିକ ଅଭିସନ୍ଧି ମୂଳକ। ଏଥିରେ କୌଣସି ସତ୍ୟତା ନାହିଁ। ସ୍ୱର୍ଗତ ସାହୁ ଙ୍କ ଭାଇରାଲ ଅଡିଓ ସମ୍ପର୍କ ରେ ପଚାରିବାରୁ ସେ ଏହାକୁ ଏଡାଇ ଦେଇ ଚାଲି ଯାଇଥିଲେ।