ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକ ଥିଲେ ମୂଲ୍ୟବୋଧ ଭିତ୍ତିକ ରାଜନୀତି ର ପ୍ରତୀକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂର୍ବତନ ରାଜନୀତିଜ୍ଞ, ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜଗତସିଂହପୁର ପୁର ମାଟିର ପ୍ରତିଭା ସ୍ବର୍ଗତ ଲକ୍ଷଣ ମଲ୍ଲିକ ଙ୍କ ଦଶମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ମହମଦ ମୋକିମ ଙ୍କ ସହିତ ସ୍ବର୍ଗତ ମଲ୍ଲିକ ଙ୍କ ସ୍ମୃତି ଚାରଣ କମିଟି ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ଜଣେ ନୀତିନିଷ୍ଠ, ମୂଲ୍ୟବୋଧ ଭିତ୍ତିକ ରାଜନୀତି ର ପ୍ରତୀକ ସହିତ, ମହାନ ବ୍ୟକ୍ତିତ୍ୱ ର ଅଧିକାରୀ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ. ଏହି ଅବସରରେ ବିଜ୍ଞ, ସଂସ୍କୃତି ପୁରୁଷ, ସ୍ତମ୍ଭକାର ପ୍ରତିଭା ଦୀପ୍ତ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କୁ “ଲକ୍ଷ୍ମଣ ମଲ୍ଲିକ ସ୍ମୃତି ସଂମାନ ୨୦୨୪ ପ୍ରଦାନ କରାଯାଇଥିଲା.