ବିଧାୟକଙ୍କ ଆର୍ଥିକ ସହାୟତା ପ୍ରଦାନ

ବୁଗୁଡା- ବୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ସୁଧୀର ନାୟକ ତାମିଲନାଡୁରେ ଦୁର୍ଘଟଣାରେ କିଛିଦିନ ପୂର୍ବେ ପ୍ରାଣ ହରାଇଥିଲେ। ଖବର ଜାଣିବାପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶୁକ୍ରବାର ଦିନ ସନ୍ଧ୍ୟାରେ କରସିଙ୍ଗି ଗ୍ରାମରେ ପହଞ୍ଚି ସ୍ବର୍ଗତ ସୁଧୀରଙ୍କ ଶୋକକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହ ହାତ ପାଣ୍ଠିରୁ ନଗଦ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ସହ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ପୂର୍ବତନ ସରପଞ୍ଚ ରାମେଶ୍ୱର ବିଶ୍ୱାଳଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ