ସ୍ବର୍ଣ୍ଣ ସେବା ପକ୍ଷରୁ ଶୀତ ବସ୍ତ୍ର ବିତରଣ

କଟକ, (ଯୁଗାବ୍ଦ ନ୍ୟୁଜ):ମୁଣ୍ଡଳୀ ଅଂଚଳର କେତେକ ଅଭାବ ଗ୍ରସ୍ତ ବୃଦ୍ଧ ବୃଦ୍ଧାଙ୍କୁ ସ୍ଵର୍ଣ୍ଣଲତା ସେବା ସହଯୋଗ ପ୍ରତିଷ୍ଠାନ ପକ୍ଷରୁ ଆଜି ଶୀତ ବସ୍ତ୍ର ବିତରଣ କରାଯାଇଛି। ବରିଷ୍ଠ ସ୍ତମ୍ଭକାର କିଶୋର ଶତପଥୀ ଅନୁଷ୍ଠାନର ସଂପାଦକ ଡ଼ଃ ସତ୍ୟ ରାୟ, ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ, ଯୁବ ସମାଜସେବୀ ଅଶ୍ୱିନୀ ସାହୁ ଓ ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କମ୍ବଳ ବିତରଣ କରିଥିଲେ। ପରେ ଆଖପାଖ ଅଂଚଳ ର ଅସହାୟ ଲୋକଙ୍କୁ ପ୍ରତିଷ୍ଠାନ ପକ୍ଷରୁ କମ୍ବଳ ବିତରଣ କରାଯିବାକୁ ନିଷ୍ପତି ନିଆ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ