ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା,ସ୍ବାଧୀନତା ସଂଗ୍ରାମୀ,୬୦ ଦଶକରେ ନାରୀ ଶିକ୍ଷା ଓ ମହିଳା ସଶକ୍ତିକରଣ ବାର୍ତ୍ତା ବଣ୍ଟନର ମହାନାୟକ ସ୍ବର୍ଗତ ଅର୍ଜୁନ ଦାଶଙ୍କ ୨୨ତମ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲା ଉପନିବନ୍ଧକ ପ୍ରଭାତ କୁମାର ତରାଇ, ସମ୍ମାନୀୟ ଅତିଥି ଭାବେ କାକଟପୁର ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ, କାକଟପୁର ପ୍ରେସକ୍ଳବ ସଭାପତି କମଳଲୋଚନ ଦୀକ୍ଷିତ, ଅସ୍ତରଙ୍ଗ ବ୍ଳକ ବିଜେଡି ସଭାପତି କେଦାରନାଥ ବିଶ୍ଵାଳ, ସମାଜସେବୀ କ୍ଷୀରୋଦ ଚନ୍ଦ୍ର ମହାନ୍ତି, କଟକଣା ସରପଂଚ ରୁକସାନା ବିବି, ସମିତି ସଭ୍ୟା ପ୍ରଭାତି ବିଶ୍ଵାଳ, ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାଶ, ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ଦାଶ ପ୍ରମୁଖ ଯୋଗଦେଇ ସ୍ବାଧୀନତା ପରବର୍ତ୍ତୀ ସମୟରେ ରକ୍ଷଣଶୀଳ ସମାଜରେ ନାରୀଶିକ୍ଷା ପ୍ରତି ଥିବା କଟକଣାକୁ ଖାତିରି ନକରି ସ୍ବର୍ଗତ ଦାଶ ସାମାଜିକ ବାସନ୍ଦର ଶିକାର ହୋଇ ମଧ୍ୟ ଏହି ବିଦ୍ୟାଳୟଟି ପ୍ରତିଷ୍ଠା କରିଥିବା କହିଥିଲେ। ପରବର୍ତ୍ତୀ ସମୟରେ ଗମ୍ଭାରୀପଦା ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ହରିଜନ ଆଦିବାସୀ ସମାଜରେ ପିଲାମାନଙ୍କ ଶିକ୍ଷା ପାଇଁ ବଲରା ଗ୍ରାମରେ ଏକ ସେବାଶ୍ରମ ସ୍କୁଲ କରି ଅଞ୍ଚଳରେ ଶିକ୍ଷାର ଉନ୍ନତି କରିଥିଲେ। ସହକାରୀ ଶିକ୍ଷକ ଚୌଧୁରୀ ପ୍ରଦିପ୍ତ କୁମାର ଦାଶ ସଭା ପରିଚାଳନା କରିଥିଲେ। ବିଦ୍ୟାଳୟର ମେଧାବୀ ଛାତ୍ରୀ ମାନଙ୍କୁ ସ୍ବର୍ଗତ ଅର୍ଜୁନ ଦାଶ ସୃତି କମିଟି ପକ୍ଷରୁ ଅର୍ଥରାଶି ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ବେହେରା, ଶିକ୍ଷକ ବିଶ୍ଵଜିତ ସ୍ବାଇଁ,ବରିଷ୍ଠ କିରାଣି ମାନସ ରଞ୍ଜନ ପାତ୍ରଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ