ସ୍ବାମୀଙ୍କ ସହ ରୋମାନ୍ସ କଲେ ଦୃଷ୍ଟି

ମୁମ୍ବାଇ : ସବୁ ଯୁବତୀ ନିଜ ସ୍ବାମୀ ଅଥବା ବଏଫ୍ରେଣ୍ଡ୍‌ଙ୍କ ରୋମାନ୍ସ କରିବା ସାଧାରଣ କଥା। କିନ୍ତୁ ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଦୃଷ୍ଟି ଧାମୀ ଏ କ୍ଷେତ୍ରରେ ଟିକେ ଆଗରେ ରହିଛନ୍ତି। ନିଜର ଏକ ତାଜା ଫଟୋ ସେୟାର କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ବିବାହର ୫ମ ବାର୍ଷିକ ଅବସରରେ ନିଜ ପତିଙ୍କୁ ଖାସ୍ ଅନ୍ଦାଜରେ ୱିଶ୍ କରିଛନ୍ତି ଦୃଷ୍ଟି । ଉଭୟଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜ ବିବାହର ୫ମ ବାର୍ଷିକୀ ଅବସରରେ ନିଜ ପତିଙ୍କ ସହ ଏକ ଲିପଲକ୍ ଫଟୋ ସେୟାର କରିଛନ୍ତି ଦୃଷ୍ଟି । ଏହା ସହିତ ଏକ ମେସେଜ ମଧ୍ୟ ସେୟାର କରିଛନ୍ତି । ଏହି ରୋମାଣ୍ଟିକ୍ ଫଟୋ ଭାଇରାଲ ହେବାପରେ ସମସ୍ତେ ଉଭୟଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରୁଛନ୍ତି ।
ଏବେ ଦୃଷ୍ଟି ଧାମୀଙ୍କ ଫଟୋକୁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ଫଟୋରେ ସେ କ୍ୟାପ୍ସନରେ ଲେଖିଛନ୍ତି, ‘ତୁମକୁ ସେବେ ବି ପ୍ରେମ କରୁଥିଲି ଆଉ ଏବେ ବି କରୁଛି । ସବୁବେଳେ କରୁଛି ଆଉ ଆଗକୁ ମଧ୍ୟ କରିବି ।’ ଦୃଷ୍ଟି ଧାମୀ ଗତ କିଛି ଦିନ ତଳେ ବିଦେଶ ବୁଲିବାକୁ ଯାଇଥିଲେ । ଦୃଷ୍ଟି ଧାମୀ ଆଜି ନିଜ ବିବାହର ୫ ବର୍ଷ ପୁରା କରିସାରିଛନ୍ତି । ଏନେଇ ସେ ପତିଙ୍କ ସହିତ ରାସ୍ତା ମଝିରେ କିସ୍ କରି ଫଟୋ ସେୟାର କରିଛନ୍ତି । ଦୃଷ୍ଟି ଧାମୀ ସବୁବେଳେ ନିଜ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ