ସ୍ବାମୀ ଙ୍କ ପାଇଁ ଦିନଟିଏ ସାବିତ୍ରୀ ବ୍ରତ

ନିମାପଡା, (ସନ୍ତୋଷ ଦାଶ):ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ଓଡିଆ ଘର ର ସମସ୍ତ ସଧବା ନାରୀମାନେ ଏହି ଦିନ ଭକ୍ତି ଓ ନିଷ୍ଠା ର ସହିତ ନିଜ ସ୍ଵାମୀ   ଙ୍କ ଦୀର୍ଘଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ପ୍ରାତଃ ରୁ ସ୍ନାନ କରି ଗ୍ରାମଦେବତୀ ଙ୍କ ନିକଟରେ ନୂଆ ଲୁଗା, ସିନ୍ଦୁର, ଅଳତା, ଫଳମୂଳ ଭୋଗ ଲାଗି କରିଥିଲେ। ଠାକୁରାଣୀ ଙ୍କ ନିକଟରେ ପୂଜା ହୋଇଥିବା ଲୁଗା ଓ ନବବସ୍ତ୍ର ପିନ୍ଧିବା ସହିତ ଅଳତା, ସିନ୍ଦୁର ପିନ୍ଧି ନିଜ ନିଜ ସ୍ବାମୀ ଙ୍କୁ ପ୍ରଣାମ କରିଥିଲେ। ଠାକୁର ମାନଙ୍କ ନିକଟରେ ଭୋଗ ଲାଗି ହୋଇଥିବା ଫଳ ମୂଳ ଖାଇ ଓଷା ପାଳନ କରିଛନ୍ତି। ନିଜ ନିଜ ସ୍ବାମୀ ଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳା ମାନେ ଏହି ବ୍ରତ/ଓଷା ପାଳନ କରିଥାନ୍ତି। କିମ୍ବଦନ୍ତୀ ରହିଛି ଯେ, ସାବିତ୍ରୀ ନିଜ ସ୍ବାମୀ ଭକ୍ତି, ବାକପଟୁତା, ଚତୁରତା କାରଣ ରୁ ମୃତ୍ୟୁ ର ଦେବତା ଯମ ଙ୍କୁ ସନ୍ତୁଷ୍ଟ କରି ନିଜ ସ୍ଵାମୀ ସତ୍ୟବାନ ଙ୍କୁ ପୁନଃ ଜୀବନ ଦେବା ସହିତ ଶଶୁର ଙ୍କ ଅନ୍ଧତ୍ବ ଦୂର କରିଥିଲେ ଓ ଶଶୁର , ସ୍ଵାମୀ ଙ୍କୁ ହାରିଯାଇଥିବା ରାଜ୍ୟ ଫେରସ୍ତ ଆଣି ଦେଇ ପାରିଥିଲେ। ଏଣୁ ସାବିତ୍ରୀ ଙ୍କୁ ମହାସତୀ ର ଆଖ୍ୟା ଦିଆଯାଇଅଛି। ଜ୍ୟେଷ୍ଠ ଅମାବାସ୍ୟା ଦିନ ସଧବା ମହିଳା ମାନେ ସାବିତ୍ରୀ ଓଷା/ବ୍ରତ ପାଳନ କରି ନିଜ ସ୍ଵାମୀ ଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ନିଜ ପରିବାର ର ମଙ୍ଗଳ କାମନା କରିଥାନ୍ତି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ସହଧର୍ମିଣୀ ଙ୍କ ପାଇଁ ବିଭିନ୍ନ ଫଳମୂଳ, ନୂଆଶାଢ଼ୀ, ବସ୍ତ୍ର , ଅଳତା, ସିନ୍ଦୁର ପ୍ରଭୁତି କିଣି ନେଇଥାନ୍ତି । ସାବିତ୍ରୀ ବ୍ରତ ଓଡିଆ ସଂସ୍କୃତି ସହିତ ଜଡିତ ହୋଇ ରହି ଆସିଛି କାହିଁ କେତେ କାଳରୁ। ସାବିତ୍ରୀ ବ୍ରତ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ