ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଦିବସ ରେ ଚୌଦ୍ଵାର ରେ ବିଶାଳ ଗଣ ଦୌଡ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ଵାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ଚୌଦ୍ଵାର ଠାରେ ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଅନୁଷ୍ଠିତ ଏହି ଗଣ ଦୌଡ ରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ସକାଳ ୭ଘଟିକା ସମୟରେ ଓଟିଏମ କଲୋନୀ ଶିଶୁ ପାର୍କ ଠାରୁ ଏହି ଗଣ ଦୌଡ ଆରମ୍ଭ ହୋଇ ଓଟିିଏମ୍ ଛକ,ଗାନ୍ଧିଛକ,କଳିଙ୍ଗ ଛକ, ଚାରବାଟିଆ ବଜାର,ମାଧବ ମନ୍ଦିର,ଆଗ୍ରା ହାଟ, ଉତ୍ତରେଶ୍ୱର ମନ୍ଦିର,ନୂଆଗାଁ, ବାଟ ବୁଢ଼ୀ ମନ୍ଦିର, ଓଟିିଏମ୍ କଲୋନୀ ପ୍ରାୟ ୧୦ କିମି ବାଟ ଦେଇ ଗୋପବନ୍ଧୁ ଖେଳ ପଡିଆ ଠାରେ ଶେଷ ହୋଇଥିଲା। ସକାଳ ୧୦ ଘଟିକରେ ଗୋପବନ୍ଧୁ ଖେଳ ପଡ଼ିଆରେ ପୁରସ୍କାର ବିତରଣ ଉତ୍ସବ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଶିଷ୍ଟ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତୀର୍କି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ କରାଟେ ଖେଳାଳି ଅନୁପମା ସ୍ୱାଇଁ, ବିଜୟ କୁମାର ସାହୁ(ଡିସିପି ) ସପ୍ତମ ବାଟାଲିୟନ, କୈଳାଶ ବରାଳ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ମାନଙ୍କୁ ସଂଗଠନ ତରଫରୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସଂଗଠନ ର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ,ସମ୍ପାଦକ ଅଶ୍ୱିନୀ କୁମାର ଜେନା,ଭୀମସେନ ବିଶ୍ଵାଳ,ସୁରେଶ ରାଉତରାୟ,ମାନସ ପରିଡ଼ା,ଅମୁଲ୍ୟ କୁମାର ବାଇ, ଟୁକୁ ପ୍ରଧାନ,ଅନ୍ତର୍ଯ୍ୟାମୀ ସାହୁ,କାହୁଁ ଚରଣ ଜେନା,ଦୀପକ୍ ସେନାପତି, ଅମୁଲ୍ୟ ରାଉତରାୟ, ସଞ୍ଜିତ୍ ଦାସ,ଜନ୍ମେଜୟ ସାହୁ,ଶ୍ରୀକାନ୍ତ ପାକଳ,ମାନସ ଖୁଣ୍ଟିଆ,ଭାସ୍କର ମହାପାତ୍ର ସହ ଅନ୍ୟ ସଦସ୍ୟ ମାନେ ପରିଚାଳନା କରି ଥିଲେ।