ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଲୁରୁ ଜଙ୍କସନ୍ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ବ୍ଳକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବିଦ୍ୟାଳୟ ର ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ସମ୍ପାଦକ ରଞ୍ଜନ କୁମାର ନାହାକ ଙ୍କ ସଭା ପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବନ୍ୟାଞ୍ଚଳ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମାର୍ଥା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀ ବାଳକୃଷ୍ଣ ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ବିଜୟ କୁମାର ବିଶ୍ବାଳ ଓ ଅବସର ପ୍ରାପ୍ତ ଅରକ୍ଷ ଅଧିକାରୀ ସୁଦର୍ଶନ ସାହୁ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ପ୍ରଚଳନ କରାଯାଇଥିବା “ପିଲା ଟିଏ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଯାୟୀ ନିକଟ ଭବିଷ୍ୟତରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ରେ ଗୋଟିଏ ଚାରା ପ୍ରଦାନ ପାଇଁ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥୀ ଘୋଷଣା କରିଥିଲେ।ସଭା ଶେଷରେ ଶିକ୍ଷକ ପ୍ରମୋଦ ବାରିକ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ରଘୁନାଥପୁର ଠାରେ ନୂତନ ଭାବେ ନିର୍ମାଣ ହେବାକୁ ଯାଉଥିବା ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ଶ୍ରୀ ଗୈାରାଙ୍ଗ ଚରଣ ପ୍ରଧାନ,ବନ କର୍ମଚାରୀ ଶ୍ରୀ ଚିନ୍ତାମଣୀ ବେହେରା ଓ ଶିକ୍ଷୟତ୍ରୀ ଦିପା ଗୁରୁମା ଏବଂ ଗୁରୁବାରି ଗୁରୂମା ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳନା କରିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ମାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।