ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ମହୋତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ ୩ ଦିନ ବ୍ୟାପି ପାଳିତ ହୋଇଯାଇଅଛି।ଉଦଘାଟନୀ ଦିନରେ ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠଠାରୁ ମଶାଲ ଶୋଭାଯାତ୍ରା ଆରମ୍ଭ କରି ସହର ପରିକ୍ରମା କରାଯାଇଥିଲା । ଅନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ ।ବିଜ୍ଞାନ ଯୁଗରେ ମୋବାଇଲର କରାଳ ଗ୍ରାସ ରୁ ବଞ୍ଚିବା ପାଇଁ କ୍ରୀଡା ଶିଶୁ ମାନଙ୍କ ପାଇଁ ଏକ ଜରୁରୀ କାର୍ଯ୍ୟକ୍ରମ ବୋଲି ବକ୍ତବ୍ୟ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଖେଳିବା ସମୟ ରେ ନିୟମ ଅନୁସାରେ ଖେଳି ଅନୈତିକ ଉପାୟ ଅବଲମ୍ବନ ନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଦାନ କରି ଶପଥ ପାଠ କରାଇ ଥିଲେ। ଖେଳିବା ଦ୍ଵାରା ମାନସିକ ଓ ବୌଦ୍ଧିକ ସ୍ତରରେ ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ ଗୁଡିକ ନିଶ୍ଚିତ ଭାବେ ପ୍ରକାଶ ପାଇବ ବୋଲି ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ବେହେରା ଯୁକ୍ତି ବାଢ଼ିଥିଲେ। ଶିଶୁ ମାନଙ୍କୁ ୬ଟି ବିଭାଗରେ ବିଭକ୍ତ କରି ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ରେ ତାଙ୍କୁ ସାମିଲ ଯାଇଥିଲା। ପ୍ରଥମ ଦିନ ରେ ଦୌଡ,ବଲ ଡିଆଁ, ଗୋଳା ଫିଙ୍ଗା, ବାଟିଚମଚ, ଧିର ସାଇକଲ ଚାଳନା ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ବିତୀୟ ଦିନରେ ଚିମୁଟା ସଂଯୋଗ , ଲକ୍ଷ ଭେଦ, ବେଙ୍ଗ ଡିଆଁ, ଗଣିତ ଦୌଡ, ବର୍ଚ୍ଛା ଫିଙ୍ଗା ଓ ଥାଳିଆ ଫିଙ୍ଗା ଖେଳ ହୋଇଥିବା ବେଳେ ଶେଷ ତଥା ଅନ୍ତିମ ଦିନରେ ସଙ୍ଗୀତ ଚଉକି ଖେଳ ଖେଳା ଯାଇଥିଲା ଏଥି ସହିତ ସମସ୍ତ ଶିଶୁ ମାନଙ୍କ ମଧ୍ୟରେ ସୂର୍ଯ୍ୟ ନମସ୍କାର ପ୍ରତିଯୋଗୀତା ଆୟୋଜନ କରା ଯାଇଥିଲା ଏଥିରେ ରାଣୀ ବେହେରା, ନିକିତା ପାତ୍ର, ମୀରା ସେଠୀ, ଆଶୁତୋଷ ବେହେରା, ରୁଦ୍ର ପ୍ରସାଦ ସ୍ୱାଇଁ, ଅମର ସେଠୀ ଶ୍ରେଷ୍ଠ ବିବେଚିତ ହୋଇଥିଲେ । କିଛି ଛାତ୍ର ଛାତ୍ରୀ ପରିବେଶ କୁ ମନୋରଂଜନ କରାଇବା ଉଦ୍ଦେଶ୍ୟ ରେ କୌତୁକିଆ ପୋଷାକ ପିନ୍ଧି ଦର୍ଶକଙ୍କୁ ମନୋରଂଜନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଶୁଭଶ୍ରୀ,ସୌଭାଗ୍ୟ,ପୁଜା, ପିଙ୍କି,ରୁନି,ଇପ୍ସିତା,ରୁବି,ମାଧୁରୀ ଗୁରମା ଏବଂ ସୁକାନ୍ତ, ଶିବରାମ, ସୁଶାନ୍ତ, ଗୁଣ୍ଡିଚା, ବସନ୍ତ, ସତ୍ୟ, ସୂର୍ଯ୍ୟ, ସନ୍ତୋଷ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସହ ପ୍ରଧାନ ଆଚର୍ଯ୍ୟା ସଂଘମିତ୍ରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ