ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଚୌଦ୍ଵାର, (ଦୀପକ୍ କୁମାର ବେଉରା) : ଚୌଦ୍ଵାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ଚଳିତ ମାସ ୧୨ ତାରିଖ ଦିନ ଚୌଦ୍ଵାର ଠାରେ ଏକ ବିଶାଳ ଗଣଦୌଡ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଅନୁଷ୍ଠାନ ପକ୍ଷରୁ ୧୨ ତାରିଖ ସକାଳ ୭ଘଟିକା ସମୟରେ ଓଟିଏମ କଲୋନୀ ଶିଶୁ ପାର୍କ ଠାରୁ ଏହି ଗଣ ଦୌଡ ଆରମ୍ଭ ହୋଇ ଓଟିିଏମ୍ ଛକ,ଗାନ୍ଧିଛକ,କଳିଙ୍ଗ ଛକ, ଚୁଡାଖିଆ ବଜାର,ମାଧବ ମନ୍ଦିର,ଆଗ୍ରା ହାଟ, ଉତ୍ତରେଶ୍ୱର ମନ୍ଦିର,ନୂଆଗାଁ, ବାଟ ବୁଢ଼ୀ ମନ୍ଦିର, ଓଟିିଏମ୍ କଲୋନୀ ପ୍ରାୟ ୧୦ କିମି ବାଟ ଦେଇ ଗୋପବନ୍ଧୁ ଖେଳ ପଡିଆ ଠାରେ ଶେଷ ହେବ  ଏବଂ ୧୦ ଘଟିକରେ ସେହି ଠାରେ ପୁରସ୍କାର ବିତରଣ ଉତ୍ସବ ଓ ସାଧାରଣ ସଭା ଅନୁଷ୍ଠିତ ହେବ । ଉକ୍ତ ସଭାରେ ବିଶିଷ୍ଟ ହକି ତାରକା ଦିଲ୍ଲୀପ ତୀର୍କି ମୂଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଗଠନ ସମ୍ପାଦକ ଅଶ୍ୱିନୀ କୁମାର ଜେନା ସୂଚନା ଦେଇଛନ୍ତି । ଉକ୍ତ ଗଣ ଦୋୖଡରେ ସବୁ ବର୍ଗର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବା ପାଇଁ ସଂଗଠନ ତରଫରୁ ୯୯୩୮୦୦୦୯୯୯ ଓ ୯୯୩୮୫୫୮୨୫୦ ମୋବାଇଲ ଜାରି କରାଯାଇଛି । ଉକ୍ତ ନମ୍ୱର୍ ରେ ଯୋଗାଯୋଗ କରି ପ୍ରତିଯୋଗୀ ମାନେ ନାମ ପଞ୍ଜିକୃତ କରିପାରିବେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ, ଭୀମସେନ ବିଶ୍ଵାଳ,ସୁରେଶ ରାଉତରାୟ,ମାନସ ପରିଡ଼ା,ଅମୁଲ୍ୟ କୁମାର ବାଇ, ଟୁକୁ ପ୍ରଧାନ,ଅନ୍ତର୍ଯ୍ୟାମୀ ସାହୁ,କାହୁଁ ଚରଣ ଜେନା,ଦୀପକ୍ ସେନାପତି,ଅମୁଲ୍ୟ ରାଉତରାୟ, ସଞ୍ଜିତ୍ ଦାସ,ଜନ୍ମେଜୟ ସାହୁ,ଶ୍ରୀକାନ୍ତ ପାକଳ,ମାନସ ଖୁଣ୍ଟିଆ,ଭାସ୍କର ମହାପାତ୍ର ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ