ସ୍ବାସ୍ଥ୍ୟ ପାଇଁ ବିପଦ ଗରମ ଚା ଓ କଫି

ଶୀତଋତୁରେ ଆବାଳବୃଦ୍ଧବନିତା ଗରମ ଚା ଓ କଫି ପିଇବା ଲାଗି ପସନ୍ଦ କରିଥାଆନ୍ତି। ମାତ୍ର ଅତ୍ୟଧିକ ଗରମ ଚା ଓ କଫି ସ୍ବାସ୍ଥ୍ୟ ପାଇଁ ବିପଦ ବୋଲି ପ୍ରମାଣିତ ହୋଇଛି। ଅତ୍ୟଧିକ ଉତ୍ତପ୍ତ ଚାହା ଓ କଫି ଗଳା ପାଇଁ ବିପଦ। ଏହା ଦ୍ବାରା ଗଳା କର୍କଟ ସୃଷ୍ଟି ହେବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଗବେଷକମାନେ ସତର୍କ କରାଇଛନ୍ତି। ଆମେରିକାନ୍‌ କ୍ୟାନସର ସୋସାଇଟିର ଦଳେ ଗବେଷକ ପଚାଶ ହଜାର ଚାହା ଅଭ୍ୟାସକାରୀଙ୍କ ଉପରେ ଦଶ ବର୍ଷ ଧରି ଅଧ୍ୟୟନ କରିଥିଲେ। ଜଣାପଡ଼ିଲା ଯେ ପ୍ରତିଦିନ ଷାଠିଏ ଡିଗ୍ରୀ କି˚ବା ତା’ ଠାରୁ ଅଧିକ ଉତ୍ତପ୍ତ ଚାହା ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଗଳା କର୍କଟ ଆଶଙ୍କା ନବେ ପ୍ରତିଶତ ଅଧିକ। ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ପକ୍ଷରୁ ମଧୢ ଗରମ ଚାହା ଓ କଫି ପାନୀୟ ଗଳା କର୍କଟର ଏକ କାରଣ ବୋଲି ଦର୍ଶାଯାଇଥିଲା। ତେବେ, ଅତି ଗରମ ଚାହା କି˚ବା କଫି ଗଳା କର୍କଟର ଏକମାତ୍ର କାରଣ ନୁହେଁ, ଧୂମପାନ କି˚ବା ମଦ୍ୟପାନ ମଧ୍ୟ ଏହି ଆଶଙ୍କା ସୃଷ୍ଟି କରୁଥିବା ଅଧ୍ୟୟନ ରିପୋର୍ଟ‌ରେ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ