ସ୍ମାର୍ଟ ସିଗାରେଟ୍ ପ୍ୟାକେଟ୍

ସିଗାରେଟ୍ ପିଇବା ହେଉଛି ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏହା କୌଣସି ନୂଆ କଥା ନୁହେଁ । ଏହା ସମସ୍ତେ ଜାଣିଛନ୍ତି । ଏହା ଜାଣି କି ମଧ୍ୟ ଲୋକମାନେ ଧୂମପାନ କରୁଛନ୍ତି । ୱାଲର୍ଡ଼ ହେଲ୍ଥ ସଂସ୍ଥା ଅନୁସାରେ ସାରା ଦେଶରେ ସବୁ ବର୍ଷ ୬ମିଲିୟନ୍ ଲୋକଙ୍କ ଧୂମପାନ ଯୋଗୁଁ ପ୍ରାଣ ହରାଉଛନ୍ତି । ଏହି କଥାକୁ ଆଖିରେ ରଖି ସ୍ମାର୍ଟ ସିଗାରେଟ୍ ପ୍ୟାକେଟ୍ ନିର୍ମାଣ କରଯାଇଛି । ଏହି ପ୍ୟାକେଟ୍ଟି ବ୍ଲୁ-ଟୁଥ୍ ଜରିଆରେ ଆପଣଙ୍କ ସ୍ମାର୍ଟ ଫୋନ୍ରେ ସଂଯୋଗ କରିବ । ଯେଉଁମାନେ ଧୂମପାନ କରୁଛନ୍ତି ସେମାନଙ୍କୁ ନିର୍ଦ୍ଧାରିତ କରିବାକୁ ପଡ଼ିବ କି ଗୋଟିଏ ଦିନରେ କେତେ ସିଗାରେଟ୍ ଟାଣୁଛନ୍ତି । ଏହାପରେ ବକ୍ସ ଲକ୍ ହୋଇଯିବ ଯେତେ ଚାହିଁଲେ ବି ଖୋଲିବ ନାହିଁ । ଯାହାକି ଆପଣଙ୍କୁ ଏକତରଫା ସିଗାରେଟ୍ ପିଇବାରୁ ରୋକିବ । ଯାହା ଦ୍ୱାରା କିଛି ସମୟ ପର୍ଯ୍ୟନ୍ତ ଧୀରେ ଧୀରେ ଏହି ଅଭ୍ୟାସକୁ ଛାଡ଼ିଯିବ । ଏହାକୁ ସମସ୍ତେ ବ୍ୟବହାର କରିପାରିବେ । ଏହାପାଇଁ ବକ୍ସରେ ସିଗାରେଟ୍ ରଖାଇବା ପରେ ଏହାକୁ ବ୍ଲୁ-ଟୁଥ୍ ଜରିଆରେ ସ୍ମାର୍ଟଫୋନ୍ ଆପ୍ରେ ସଂଯୋଗ ହୋଇଯିବ । ଏହାପରେ ଆପ୍ରେ ଏକ ଟାଇମର ସେଟ୍ କରାଯିବ । ଏହି ପ୍ରଣାଳୀ ପରେ ବକ୍ସ ଲକ୍ ହୋଇଯିବ ଓ ନିର୍ଦ୍ଧାରିତ ସମୟ ପରେ ହିଁ ଖୋଲିବ । ଏହି ସ୍ମାର୍ଟ ସିଗାରେଟ୍ ପ୍ୟାକେଟ୍ର ନାମ କ୍ୟାଇଟ୍ । ଏହାକୁ ଷ୍ଟକ୍ହୋଲମ୍, ସ୍ୱିଡେନ୍ର ଗ୍ୟାଡେଟ୍ ନିର୍ମାତା କମ୍ପାନୀ ଅନ୍ଦେସ୍ ଟସ୍କ ତିଆରି କରିଛନ୍ତି । ଲୋକମାନଙ୍କୁ ଧୂମପାନ ରକ୍ଷା କରିବା ପାଇଁ ରୋକିପାରିବ ଏବଂ କମ୍ ମଧ୍ୟ କରିବ ବୋଲି ଏହି କମ୍ପାନୀ ମତ ଦେଇଛି । ସ୍ମାର୍ଟ ସିଗାରେଟ୍ ପ୍ୟାକେଟ୍ରେ ଏଲ୍ଇଡି ଇଣ୍ଡିକେଟ୍ର ମଧ୍ୟ ଅଛି । ଯେଉଁଥିରେ ବିଲଙ୍କିଙ୍ଗ୍ ସିଗାରେଟ୍ ନେଲାବେଳକୁ ଏହି ରେଡ୍ ଲାଇଟ୍ ରୋକିବ ଓ ସମୟ ଗଲାପରେ ଏଥିରେ ଗ୍ରୀନ୍ ଲାଇଟ୍ ସହିତ ଆପଣଙ୍କୁ ନୋଟ୍ଫିକେସନ୍ ପଠାଯିବ । ଏଥିରେ ଏଫିସିଏନ୍ସି ଲିଥିୟମ୍ ଆୟନ୍ ବ୍ୟାଟେରୀ ଲଗାଯାଇଛି । ଯେଉଁଥିରେ ଦୁଇ ଘଣ୍ଟାରେ ପୂର୍ଣ୍ଣ ଚାର୍ଜ ହୋଇଯିବ ଓ ପୂରା ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏହି ଆପ୍ ମାଧ୍ୟମରେ ବ୍ୟବହାରକାରୀ ନିଜର ଲୋକଙ୍କୁ ଡାଟା ଭାଗ କରିପାରିବେ ଯେଉଁଥିରେ ଆଉ ଅଧିକ ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ