ସ୍ମାର୍ଟ ହେବ ଗୁମ୍ମା ବ୍ଲକର ୬ ଟି ବିଦ୍ୟାଳୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ଉପାନ୍ତ ଅଞ୍ଚଳରେ।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ।ଉପାନ୍ତ ଅଞ୍ଚଳର ବିକାଶରେ ବିଦ୍ୟାଳୟର ରୂପରେଖ ବୈଷୟିକ ଜ୍ଞାନ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇଛି।ବୁଧବାର ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁମ୍ମା ବ୍ଲକର ବାକି ରହିଥିବା ଛଟି ସରକାରୀ ବିଦ୍ୟାଳୟକୁ ୫-ଟି ରୂପାନ୍ତରିକରଣରେ ସାମିଲ କରିଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେହିପରି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ସିଧାସଳଖ କଥା ହେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ ଶ୍ରୀ ପାଣ୍ଡିଆନ।ପ୍ରଥମ, ଦୂତୀୟ,ତୃତୀୟ ପର୍ଯ୍ୟାୟରେ ୧୭ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିବା ବେଳେ ବାକି ଛଟି ବିଦ୍ୟାଳୟକୁ ଚତୁର୍ଥ ପର୍ଯ୍ୟାୟରେ ସାମିଲ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାମନ୍ତ ପାଣି,ମିନତୀ ମହାପାତ୍ର,ପୁରାତନ ଛାତ୍ର ଇଜିଏଲ ଭୂୟାଁ,ଛାତ୍ରୀ ପ୍ରତିଭା ମଣ୍ଡଳ,ସିନାଶ ଭୂୟାଁ,ଉନ୍ନୟନ କମିଟିର ସଦସ୍ୟ/ସଦସ୍ୟା ଓ ବିଡ଼ିଓ ଅନୁପ ଅଭିଷେଖ ବେହେରା ଶ୍ରୀ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଉକ୍ତ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରିତ କରି ଇ-ଲାଇବ୍ରେରୀ,ସ୍ମାର୍ଟ କ୍ଲାସରୁମ,ସ୍ମାର୍ଟ ବୋର୍ଡ଼,ବିସୁଧ ପାନୀୟଜଳ ବ୍ୟବସ୍ଥା ଓ ଖେଳ ପଡ଼ିଆ ପ୍ରସ୍ତୁତ କରିବା ସହ ବିଦ୍ୟାଳୟର ଆବଶ୍ୟକ ଅନୁସାରେ ପଞ୍ଚାୟତ ସ୍ତରର ଅନୁଦାନ କରାଯାଇ ବିଦ୍ୟାଳୟକୁ ରାସ୍ତା,ପାଚେରୀ,ସୁନ୍ଦର୍ଯ୍ୟକରଣ କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ କହିଥିଲେ ଶ୍ରୀ ପାଣ୍ଡିଆନ ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅନୁପ ଅଭିଷେଖ ବେହେରା,ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ମମତା ରାଣୀ ପରିଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ,ବିଦ୍ୟାଳୟର କମିଟି ଅଧ୍ୟକ୍ଷା,ସରପଞ୍ଚ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ