ସ୍ମୃତିଚାରଣ ସଭା ; ପ୍ରିୟତମା ଥିଲେ ସବୁରୀ ପ୍ରିୟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁଙ୍କ ସହଧର୍ମିଣି ପ୍ରୀୟତମା ସ୍ୱାଇଁଙ୍କ ଚତୁର୍ଦ୍ଦଶାହ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚାଇନା ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧ୍ୟାୟକ ପ୍ରଶାନ୍ତ ମୁଦୁଲି, ମୁଖ୍ୟବକ୍ତାଭାବେ ପୂର୍ବତନ ବିଧ୍ୟାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ସମାଜସେବୀ ଭ୍ରମରବର ଗୋଛାୟତ, ସିଦ୍ଧେଶ୍ୱର ବାରିକ, ଗଗନ ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତି, ଜିତୁ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରିୟତମା ଥିଲେ ସବୁରୀ ପ୍ରିୟ ବୋଲି କହିବା ସହିତ ତାଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଗୁଣଗାନ କରିଥିଲେ । ଉକ୍ତ ସ୍ମୃତିସଭାକୁ ପୂର୍ବତନ ଛାତ୍ର ଲିଙ୍ଗରାଜ ସାହୁ ଓ ରବି ନାରାୟଣ ଷଡଙ୍ଗୀ ପରିଚାଳନା କରିଥିବା ବେଳେ ଶେଷରେ ହୃଦାନନ୍ଦ ସ୍ୱାଇଁ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ